ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୭୫ ବର୍ଷ ବୟସରେ ପ୍ରେମ ନିଶା: ବ୍ୟାଣ୍ଡ ବାଜା ସହ ବରଯାତ୍ରୀ ନେଇ ଗଲେ, ରୀତିନୀତି ଅନୁସାରେ ହେଲା ବାହାଘର

ପ୍ରତାପଗଡ଼ ୨୮/୧୦ : କଥା ଅଛି ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ। କେତେବେଳେ କେଉଁ ସମୟରେ କେଉଁ ବୟସରେ ପ୍ରେମ ହେବ ତାହା କହିହେବ ନାହିଁ। ଉତ୍ତର ପ୍ରଦେଶ ପ୍ରତାପଗଡ଼ରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ପ୍ରତାପଗଡ଼ ଥାନା ଅନ୍ତର୍ଗତ ପାଟହଟିୟା ଗାଁରେ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବିବାହ କରିଛନ୍ତି। ୭୫ ବର୍ଷ ବୟସ୍କ ଅବଧ ନାରାୟଣ ସୁବସା ଗାଁର ୪୫ ବର୍ଷ ବୟସ୍କା ରାମରତିଙ୍କ ସହ ବିବାହ କରିଛନ୍ତି। ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଅନେକ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ଏଥିପାଇଁ ଅବଧ ରାମରତିଙ୍କ ଘରକୁ ମଧ୍ୟ ଯିବାଆସିବ କରୁଥିଲେ। ଏ ସମ୍ପର୍କରେ ଅବଧଙ୍କ ପରିବାର ଲୋକ ଜାଣିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ। ସେ ବି ବିବାହ ପାଇଁ ରାଜି ହୋଇଯାଇଥିଲେ। ଏହାପରେ ପରିବାର ଲୋକ ବିବାହ ଆୟୋଜନ କରିଥିଲେ। ସମ୍ପୂର୍ଣ ରୀତିନୀତି ଅନୁସାରେ ଅକ୍ଟୋବର ୨୬ ତାରିଖରେ ଧୂମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘରରେ ଅବଧ ନାରାୟଣଙ୍କ ପୂବହୂ, ନାତି-ନାତୁଣୀ ଓ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ।

ପ୍ରତାପଗଡ଼ର ବୁଢା ବରକୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ଜମିଥିଲା। ବିନା ନିମନ୍ତ୍ରଣରେ ବି ଅନେକ ଲୋକ ତାଙ୍କ ଘରକୁ ଆସିଥିଲେ। ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇଥିଲା। ବ୍ୟାଣ୍ଡ ବାଜା ସହ ଅବଧ ନାରାୟଣ ବରଯାତ୍ରୀ ନେଇ ଯାଇଥିଲେ। ବରଯାତ୍ରୀଙ୍କ ପାଇଁ କନ୍ୟା ପକ୍ଷ ଭଲ ଆୟୋଜନ ମଧ୍ୟ କରିଥିଲେ। ବୈଦିକ ମନ୍ତ୍ର ସହ ଅଗ୍ନିକୁ ସାକ୍ଷୀ ରଖି ଉଭୟ ପରସ୍ପରର ହାତ ଧରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ