ଖେଳ ଦେଶ ବିଦେଶ

୬ ସହରରେ ହେବ ଆଇପିଏଲ୍‌!

ମୁମ୍ବାଇ : ଗତବର୍ଷ କୋଭିଡ୍‌-୧୯ ମହାମାରୀ ପାଇଁ ଆଇପିଏଲ୍‌ ୟୁଏଇରେ ଖେଳାଯାଇଥିବା ବେଳେ ଚଳିତ ବର୍ଷର ସଂସ୍କରଣ ଭାରତରେ ଖେଳାଯିବା ନିଶ୍ଚିତ ହୋଇଛି। ଏଥିପାଇଁ ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇ, ପୁନେ ଏବଂ ଅହମ୍ମଦାବାଦରେ ଏହାକୁ ସୀମିତ ରଖାଯିବ ବୋଲି ପ୍ରାରମ୍ଭିକ ଯୋଜନା କରାଯାଇଥିଲା। ଏବେ କିନ୍ତୁ ବିସିସିଆଇ ୬ଟି ସହରକୁ ସଂକ୍ଷିପ୍ତ ତାଲିକାରେ ରଖିଛି। ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଏବଂ ଦିଲ୍ଲୀ ଏଥିରେ ରହିଛନ୍ତି। ହାଇଦ୍ରାବାଦ କ୍ରିକେଟ୍ ସଂଘ ସହ କିଛି ଚିନ୍ତାର କାରଣ ଥିବାରୁ ଦିଲ୍ଲୀକୁ ପରବର୍ତୀ ସମୟରେ ସାମିଲ କରାଯାଇଛି। ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଥିବାରୁ ମଧ୍ୟ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ର ଆଇପିଏଲ୍‌ ମ୍ୟାଚ୍‌ଗୁଡିକ ପ୍ରଶଂସକବିହୀନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟ କିଛି କେନ୍ଦ୍ରରେ ମଧ୍ୟ ଅଧା ଦର୍ଶକଙ୍କୁ ଅନୁମତି ପ୍ରଦାନ ଲାଗି ବିଚାର କରାଯାଉଛି। ଚଳିତ ମାସରେ ପୁନେରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ମଧ୍ୟ ବିନା ପ୍ରଶଂସକରେ‌ ଖେଳାଯିବ ବୋଲି ବିସିସିଆଇ ପୂର୍ବରୁ ଘୋଷଣା କରିସାରିଛି। ସୂଚନାଯୋଗ୍ୟ, ଆଇପିଏଲ୍‌-୧୪ ଏପ୍ରିଲ୍‌ ଦ୍ବିତୀୟ ସପ୍ତାହରୁ ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ଖେଳାଯିବାକୁ ଯୋଜନା କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ