ମୁମ୍ଵାଇ ୧୮।୦୮: ‘ଦ ଟ୍ରେନ୍’ ଅଭିନେତ୍ରୀ ଗୀତା ବସ୍ରା । ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ନିର୍ମାତା ଶବବୀର ବକ୍ସୱାଲାଙ୍କ ଦ୍ୱାରା ଏକ ଚଳଚ୍ଚିତ୍ର ସ୍ୱାକ୍ଷର ହୋଇଛି। ସେ ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି ସୁପରଡୁପର ହିଟ୍ ଫିଲ୍ମ ‘ଶେରଶାହା’ କରିଥିଲେ। ଗୀତା ତାଙ୍କର ଧମାକାଦାର କମ୍ବ୍ୟାକ୍ ପାଇଁ ପୂରାପୁରି ପ୍ରସ୍ତୁତ ।
ମିଡିଆ ରିପୋର୍ଟ ଅନୁଯାୟୀ ଗୀତା ଫିଲ୍ମ ‘ନୋଟରୀ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ‘କାହାନୀ’ ଫେମ୍ ପରମବ୍ରତ ଚାଟାର୍ଜୀଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୱନ ବାଡେୟର ନିର୍ଦ୍ଦେଶନା ଦେବେ। ଏହାର ସୁଟିଂ ଭୋପାଳରେ ୫ ଅକ୍ଟୋବରରୁ ଆରମ୍ଭ ହେବ ।
ଏହି ପ୍ରୋଜେକ୍ଟ ବିଷୟରେ ଗୀତା ବସ୍ରା ନିଜେ ସୂଚନା ଦେଇଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ବକ୍ସୱାଲା ନିଜେ ତାଙ୍କୁ ଡାକି ଏହି ଅଫର ଦେଇଛନ୍ତି। ଏହି କଲ୍ ପରେ ମଧ୍ୟ ସେ ଏହାକୁ ବିଶ୍ୱାସ କରିପାରିନଥିଲେ। ଅଭିନେତ୍ରୀ କହିଥିଲେ ଯେ ‘ମୁଁ ବହୁତ ଖୁସି ମୋତେ ଏକ ଭୂମିକା ପ୍ରଦାନ କଲେ । ମୁଁ କମ୍ବ୍ୟାକ୍ କରୁଛି।

