ରାଜ୍ୟ ସ୍ପେଶାଲ ରିପୋର୍ଟ

୬୦ ହଜାର ଚାଷୀଙ୍କଠାରୁ ୬.୦୩ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ

ଭୁବନେଶ୍ବର : ଚଳିତ ବର୍ଷ ୬୦ ହଜାର ଚାଷୀଙ୍କ ଠାରୁ ୬ ଲକ୍ଷ ୩ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛି ଟିଡିସିସିଓଏଲ (ଆଦିବାସୀ ଉନ୍ନୟନ ସମବାୟ ସମିତି)। ଗତବର୍ଷ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ, ୨୦୨୦ ମସିହାରେ ୨ ଲକ୍ଷ ୩ ହଜାର, ୨୦୧୯ରେ ୯୪ ହଜାର ଏବଂ ୨୦୧୮ ମସିହାରେ ୧୭ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଥିଲା। ୨୦୨୩ ମସିହାରେ ୮ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ନେଇ ରାଜ୍ୟ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ଶୈଳେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ରାଜ୍ୟରେ ମିଲେଟ୍ ମିସନ କାର୍ଯ୍ୟକାରୀ ହେବାର ୬ ବର୍ଷ ପରେ ମଧ୍ୟ ଏହା କେବଳ ମାଣ୍ଡିଆ କୈନ୍ଦ୍ରିକ ହୋଇ ରହିଛି। ଆସନ୍ତା ବର୍ଷ ମାଣ୍ଡିଆ ସହିତ ସୁଆଁକୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି। ଏଥିପାଇଁ ଓୟୁଏଟି ପକ୍ଷରୁ ସୁଆଁର ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ଅନୁମୋଦିତ ହୋଇନାହିଁ।ଏଣୁ ଆସନ୍ତା ବର୍ଷ ସୁଆଁ ସଂଗ୍ରହରେ ଅନିଶ୍ଚିତତା ଜାରି ରହିଛି।

Sambad

ପୂର୍ବ ଘୋଷଣା ଅନୁଯାୟୀ ଚଳିତ ବର୍ଷ ଠାରୁ ମିଲେଟ୍ ମିସନ ଅନ୍ତର୍ଗତରେ ରାଜ୍ୟର ୩୦ ଜିଲ୍ଲାରେ ୨.୫ ଲକ୍ଷ ହେକ୍ଟର ମାଣ୍ଡିଆ ଚାଷ ଆରମ୍ଭ ହୋଇଛି। ଏଥିରେ ସାଢ଼େ ୬ ଲକ୍ଷ ଚାଷୀ ଯୋଡ଼ି ହୋଇଛନ୍ତି। ଗତବର୍ଷ ୧୯ ଜିଲ୍ଲା, ୨୦୨୦ ମସିହାରେ ୧୫ ଜିଲ୍ଲାରେ ଏହି ଚାଷ କରାଯାଉଥିଲା। ସବୁ ଜିଲ୍ଲାରେ ଚାଷ ପରେ ଆଗାମୀ ବର୍ଷ ଠାରୁ ସବୁ ଜିଲ୍ଲାର ପିଡିଏସରେ ମାଣ୍ଡିଆ ସାମିଲ ହେବା ନେଇ ଆଶା ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଘୋଷଣା ହୋଇନାହିଁ। ପୁଷ୍ଟିକର ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଚାଷ ହେଉଥିଲେ ମଧ୍ୟ କେବଳ କେନ୍ଦୁଝର ଏବଂ ସୁନ୍ଦରଗଡ଼ ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଲେଟ୍ ରହିଛି। ମିଲେଟ୍ ତିଆରି ଶୁଖିଲା ଜଳଖିଆ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ ସମେତ ୮ଟି ସ୍ଥାନରେ ମିଲେଟ୍ କେନ୍ଦ୍ର ଖୋଲିଛି। ଖୁବଶୀଘ୍ର ରାଜ୍ୟରେ ସବୁ ଠାରେ ମିଲେଟ୍ ବିକ୍ରୟ କେନ୍ଦ୍ର ଖୋଲାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।