କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

୬୦ ବର୍ଷ ହେଲା ଗୁମ୍ଫାରେ ରହୁଥିଲେ ୮୩ ବର୍ଷୀୟ ସାଧୁ, ରାମ ମନ୍ଦିର ପାଇଁ ଦେଲେ କୋଟିଏ ଟଙ୍କା

ହରିଦ୍ବାରା ୨୯/୦୧: ଦୀର୍ଘ ୬୦ ବର୍ଷ ଗୁମ୍ଫାରେ ରହିବା ପରେ ଜଣେ ସାଧୁ ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କରିଛନ୍ତି। ଋଷିକେଶର ୮୩ ବର୍ଷୀୟ ସାଧୁ ସ୍ବାମୀ ଶଙ୍ଗର ଦାସ ଏକ କୋଟି ଟଙ୍କା ଦାନ କରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ। ଗତ ୬ ଦଶନ୍ଧି ଧରି ଗୁମ୍ପାରେ ରହିବା ପରେ ମଧ୍ୟ ସାଧୁ କୋଟିଏ ଟଙ୍କା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହାକୁ ନେଇ ଥିବା ଆଶା ଆଶଙ୍କା ଦୂର କରିଛନ୍ତି ଖୋଦ ସ୍ବାମୀ ଶଙ୍କର ଦାସ। ଗୁରୁ ଟାଟା ବାଲେ ବାବାଙ୍କ ଗୁମ୍ଫାରେ ଶ୍ରଦ୍ଧାଳୁମାନେ ଯାହା ଦାନ ଦିଅନ୍ତି ତାହାକୁ ଠୁଳ କରି ସେ ଏହି ଟଙ୍କା ଦେଇପାରିଛନ୍ତି ବୋଲି କହିଛନ୍ତି।

ବୁଧବାର ଋଷିକେଶରେ ଥିବା ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ସାଧୁ କୋଟିଏ ଟଙ୍କାର ଚେକ୍‌ ନେଇ ପହଞ୍ଚିବା ପରେ ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାଧୁଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ସତରେ ତାଙ୍କ ଆକାଉଣ୍ଟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଥିବା ଜାଣିବାକୁ ପାଇଥିଲେ ବ୍ୟାଙ୍କ କର୍ମଚାରୀ। ତାପରେ ବ୍ୟାଙ୍କକୁ ଆରଏସ୍‌ଏସ୍‌ କର୍ମୀଙ୍କୁ ଡାକି ରାମ ମନ୍ଦିର ପାଇଁ ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଖବର ପାଇବା ପରେ ଋଷିକେଶର ଆରଏସଏସ ମୁଖ୍ୟ ସୁଦାମା ସିଙ୍ଘଲ ବ୍ୟାଙ୍କରେ ପହଞ୍ଚିଥିଲେ। ସାଧୁ ଜଣଙ୍କ ସିଧା ସଳଖ ଟଙ୍କା ଦାନ କରିପାରିବେ ନାହିଁ ବୋଲି ତାଙ୍କଠୁ ଚେକ୍‌ ରଖି ତାଙ୍କୁ ରସିଦ ଦିଆଯାଇଛି ବୋଲି ସେ କହିଛନ୍ତି। ଏବେ ଏହି ଚେକ୍‌ ଟ୍ରଷ୍ଟ ଆକାଉଣ୍ଟରେ ବ୍ୟାଙ୍କ ମ୍ୟାନେଜର ଜମା କରିବେ।

ତେବେ ରାମ ମନ୍ଦିର ପାଇଁ ଗୁପ୍ତ ଦାନ କରିବାକୁ ଚାହୁଁଥିଲେ ସ୍ବାମୀ ଶଙ୍କର ଦାସ। କିନ୍ତୁ ଜଣାଇ ଦାନ କଲେ ଅନ୍ୟ ଲୋକଙ୍କୁ ଦାନ ପାଇଁ ପ୍ରେରଣା ମିଳିବ ବୋଲି ସେ ଭାବିଥିଲେ। ତେଣୁ ସ୍ବାମୀ ଶଙ୍କର ଦାସ ବ୍ୟାଙ୍କ ଜରିଆରେ ଦାନ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଫକ୍କଡ ବାବା କହୁଥିବା ବେଳେ ସେମାନଙ୍କ ଦାନ ଦକ୍ଷିଣାରେ ବଞ୍ଚୁଛନ୍ତି ବୋଲି ସ୍ବାମୀ ଶଙ୍କର ଦାସ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ