ରାଜ୍ୟ

୬ମାସ ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ ରାଜି !

ଗାଜା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ କରିଛନ୍ତି। ପ୍ରସ୍ତାବ ଅନୁସାରେ ଗାଜାରେ ୬ମାସ ପାଇଁ ଯୁଦ୍ଧ ବନ୍ଦ ରହିବ। ଏହା ସହିତ ହମାସ ଦ୍ବାରା ବନ୍ଧକ ରଖାଯାଇଥିବା ରୋଗଗ୍ରସ୍ତ, ଆହତ, ବରିଷ୍ଠ ନାଗରିକ ଏବଂ ମହିଳାଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ କହିଛି।

ଏଥି ସହିତ, ଆମେରିକା, ଜୋର୍ଡାନ ସହଯୋଗରେ ଶନିବାର ଦିନ ଜରୁରୀକାଳୀନ ମାନବିକ ସହାୟତା ଭାବରେ ବିମାନ ମାଧ୍ୟମରେ ଗାଜାରେ ୩୮,୦୦୦ ପ୍ୟାକେଟ ଖାଦ୍ୟ ସାମଗ୍ରୀ ପୁଡ଼ିଆ ଆକାଶରୁ ପକାଯାଇଥିଲା। ଆମେରିକାର ଅଧିକାରୀ କହିଛନ୍ତି ୬୬ ବଡ଼ ବଡ଼ ରିଲିଫ ସାମଗ୍ରୀ ପ୍ୟାକେଟ ପକାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏବଂ ଜୋର୍ଡାନ ବାୟୁସେନା ଶନିବାର ଦିନ ଅପରାହ୍ନ ୩ ଟାରୁ ୫ ଟା ମଧ୍ୟରେ ଗାଜାରେ ପ୍ରଭାବିତ ସାଧାରଣ ନାଗରିକଙ୍କୁ ଜରୁରୀକାଳୀନ ସହାୟତା ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ଆମେରିକା ସୈନ୍ୟ ଏକ ବିବୃତ୍ତିରେ କହିଛନ୍ତି। ଏହି ମିଳିତ ଅପରେସନରେ ଆମେରିକାର ବାୟୁସେନା ଏବଂ ଆରଜେଏଏଫ-୧୩୦ ବିମାନ ସାମିଲ ହୋଇଥିଲା। ଆକାଶ ମାର୍ଗରୁ ଖାଦ୍ୟ ପକାଇବା ପାଇଁ ଖାଦ୍ୟ ପୁଡିଆ ପ୍ରସ୍ତୁତ କରାଯାଇଥିଲା ଏବଂ ସୈନିକମାନେ ନିରାପଦରେ ଖାଦ୍ୟ ବଣ୍ଟନ କରିଥିଲେ ।

ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ପ୍ରାୟ ପାଞ୍ଚ ମାସ ଧରି ଜାରି ରହିଛି। ଅକ୍ଟୋବର ୭ ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧରେ ତିରିଶ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଇସ୍ରାଏଲ୍ ସୈନ୍ୟବାହିନୀ ରାଫା ସହରର ଏକ ଡାକ୍ତରଖାନା ନିକଟରେ ଏକ ଶରଣାର୍ଥୀ ଶିବିରରେ ବୋମା ପକାଇଛି। ଫଳରେ ୧୧ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଥିଲେ। ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଇସ୍ରାଏଲ୍ ସୈନ୍ୟବାହିନୀ ଦିର ଅଲ-ବଲହା ଏବଂ ଜବାଲିଆରେ ତିନୋଟି ଘରକୁ ଟାର୍ଗେଟ କରିଛନ୍ତି।
​ ଏହି ଘଟଣାରେ ୧୭ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଥିବାବ‌େ‌ଳେ ୧୨ରୁ ଅଧିକ ଆହତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।