ରାଜ୍ୟ

୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବଜାରଠାରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ରେଳଧାରଣା, ଇଲେକ୍ଟ୍ରି ସିଷ୍ଟମ୍‌ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ବ୍ୟାପକ କ୍ଷତି ଘଟିଥିଲା। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଇଭିତରେ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଗୋଟିଏ ପରେ ଗୋଟିଏ ଟ୍ରେନ୍‌ ଗଡ଼ିବା ଆରମ୍ଭ କରିଛି।

କରମଣ୍ଡଳ ‌ଏକ୍ସପ୍ରେସ୍‌ ଗତକାଲି ଡାଉନ୍‌ ଲାଇନ୍‌ରେ ଗଡ଼ିଥିବା ବେଳେ ବୁଧବାର ଦିନ ଦୁର୍ଘଟଣାର ୫ ଦିନ ପରେ ଅପ୍‌ ଲାଇନ୍‌ରେ ଶାଲିମାରରୁ ଚେନ୍ନାଇ ଯାତ୍ରା ଆରମ୍ଭ କରିଛି। ଅପରାହ୍‌ଣ ୩ଟା ୨୦ ମିନିଟ୍‌ରେ ଏହା ଶାଲିମାର ଷ୍ଟେସନ୍‌ ଛାଡ଼ିଥିଲା। ଆଗ ପରି ଟ୍ରେନ୍‌ରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳି ନଥିଲା। ସେହିପରି ବେଗ ମଧ୍ୟ ଅଧିକ ନଥିଲା। ତେବେ ଟ୍ରେନ୍‌ଟି ସଂଧ୍ୟା ୬ଟା ୩୨ ମିନିଟ୍‌ରେ ବାଲେଶ୍ବର ଷ୍ଟେସନ୍‌ରେ ପହଞ୍ଚିବାକୁ ଥିବା ବେଳେ ୧ ଘଣ୍ଟା ୨୦ ମିନିଟ୍‌ ବିଳମ୍ବରେ, ଅର୍ଥାତ୍‌; ୭ଟା ୫୨ ମିନିଟ୍‌ରେ ପହଞ୍ଚିଥିଲା। ସେତେବେଳକୁ କିନ୍ତୁ ‌ସବୁ ବଗିରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା। କିଛି ଯାତ୍ରୀ ବାଲେଶ୍ବର ଷ୍ଟେସନରେ ଓହ୍ଲାଇଥିବା ବେଳେ ହାତଗଣତି ଯାତ୍ରୀ ଜୟ ଶ୍ରୀଜଗନ୍ନାଥ ଉଚ୍ଚାରଣ କରି ଟ୍ରେନ୍‌ରେ ଚଢ଼ିଥିଲେ। ଜରୁରୀ କାମ ଥିବାରୁ ବାଧ୍ୟ ହୋଇ ଯିବା ପାଇଁ ପଡ଼ୁଛି ବୋଲି କିଛି ଯାତ୍ରୀ ‘ସମ୍ବାଦକୁ କହିଛନ୍ତି। ସବୁଜ ସଙ୍କେତ ନମିଳିବାରୁ ଟ୍ରେନ୍‌ଟି ବାହାନଗା ବଜାର ଷ୍ଟେସନ ଅତିକ୍ରମ କରିବା ପୂର୍ବରୁ ପଣପଣା ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ବାଲେଶ୍ବର ପରେ ଏହାର ପରବର୍ତ୍ତୀ ଷ୍ଟେସନ ଭଦ୍ରକ ହୋଇଥିବା ବେଳେ ପଣାପଣା ଠାରେ ରାତି ୯ଟା ୩୦ ବେଳକୁ ମଧ୍ୟ ଅଟକି ରହିଥିବାରୁ ଯାତ୍ରୀମାନେ ବହୁ ହନ୍ତସନ୍ତ ହୋଇଥିବା ଦେଖାଯାଇଥିଲା।

ସୂଚନା ଥାଉକି, ଗତ ୨ ତାରିଖ ଦିନ ୧୨୫ କିମି ପ୍ରତିଘଣ୍ଟା ବେଗରେ ଅପ୍‌ ଲାଇନ୍‌ରେ ଗତି କରୁଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେବା ସହ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦୁଇଟି ବଗି ସହ ପିଟି ହୋଇଥିଲା। ଫଳରେ ରେଳଧାରଣା, ଇଲେକ୍ଟ୍ରି ସିଷ୍ଟମ୍‌ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ବ୍ୟାପକ କ୍ଷତି ଘଟିଥିଲା। ଦୁର୍ଘଟଣା ଏବେ ଭୟଙ୍କର ଥିଲା ଯେ ଶବ୍ଦ ୫ କିଲୋମିଟର ଯାଏ ଶୁଭିଥିଲା। ରକ୍ତରଞ୍ଜିତ ହୋଇଯାଇଥିଲା ଦୁର୍ଘଟଣାସ୍ଥଳ। ଏହି ବିପର୍ଯ୍ୟରେ ମୋଟ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।