ଅପରାଧ ରାଜ୍ୟ

୫ ଡକାୟତଙ୍କୁ କାବୁକଲା ପୋଲିସ, ସୁନା ଗହଣା ସହ ମୋବାଇଲ ବାଇକ ଜବତ

ଫୁଲବାଣୀ:କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ 5 ଜଣଙ୍କୁ ଗିରଫ କରିଛି. ସେମାନଙ୍କ ଠାରୁ 20 ଗ୍ରାମ ସୁନା ଗହଣା, ଦୁଇଟି ବାଇକ ଜବତ କରାଯାଇଛି. ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁ ର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡି ର କୃପାକର ମୁଖୀ ଓ ଟିକାବାଲି କଇଁଝର ର ସଞ୍ଜୟ କୁମାର ମଳିକ। ପୋଲିସ ପାଖରୁ ମିଳିଥିବା ସୁଚନା ଅନୁସାରେ ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରି ରେ 7 ରୁ ଉର୍ଦ୍ଧ ଡକାୟତ ଘରେ ପସି ଥିଲେ. ସେଠାରେ ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରଶାନ୍ତଙ୍କୁ ମାଡ଼ ମାରି ବହୁ ସୁନା ଗହଣା , ମୋବାଇଲ, ଏକ ଟାଵଲେଟ, 60 ହଜାର ଟଙ୍କା ଲୁଟି ନେଇଥିଲେ । 24 ତାରିଖରେ ପ୍ରଶାନ୍ତ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୋଲିସ। ଜଣ ଜଣ କରି ପୋଲିସ 5 ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ 20 ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଏକ ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି.ଥାନାରେ 26/22ରେ ମାମଲା ରୁଜୁ ହୋଇଛି। କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।