ରାଜ୍ୟ

୫୫ ନମ୍ବର ଜାତୀୟପଥ ବିଳମ୍ବିତ, ସରିବାକୁ ବସିଲାଣି ଜୁନ୍‌ କଣ୍ଟ

ଅନୁଗୁଳ : ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ୫ ବର୍ଷ ହେଲା ଚାଲିଛି। କିନ୍ତୁ ସରିବାର ନାଁ ଧରୁନି। ଏପଟେ ଏହି ଜୁନ୍‌ ସୁଦ୍ଧାର ଏହି ରାସ୍ତାର ଏକପାଖିଆ କାମ ଶେଷ ହୋଇଯାଇଥିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କାମ ଯେମିତି ଚାଲିଛି ଜୁନ୍‌ କଣ୍ଟ ଅସମ୍ଭବ ପରି ଲାଗିଲାଣି। ଏହାସହ ୨୦୨୩ ଶେଷ ସୁଦ୍ଧା‌ ଏହି ରାସ୍ତା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ବି ମଉଳିବାରେ ଲାଗିଛି।

ଦୁଇମାସ ତଳେ ୫୫ ନମ୍ବର ଜାତୀୟ ରାଜପଥର ଅଗ୍ରଗତି ନେଇ ସରକାର ସମୀକ୍ଷା କରିଥିଲେ। ବିଧାନସଭାରେ ମନ୍ତ୍ରୀ ରାସ୍ତା ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଆସନ୍ତା ବର୍ଷ ଆରମ୍ଭ ହେବା ଆଗରୁ କଟକ-ସମ୍ବଲପୁର ୪ ଥାକିଆ ରାସ୍ତା ନିର୍ମାଣ ଶେଷ ହେଇଯିବ। ୭୦ ପ୍ରତିଶତରୁ ଅଧିକ କାମ ଶେଷ ହୋଇଥିଲାବେଳେ ପ୍ରାୟ ୨ଶହ କିମି ରାସ୍ତାକୁ ୪ ଥାକିଆ କରାଯାଇଛି। ବାକି କାମ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ କଟକରୁ ଢେଙ୍କାନାଳ ରାସ୍ତା ଜୁନ୍‌ ବେଳକୁ ଶେଷ ହେବ ବୋଲି ସୂଚନା ଦେଇଥିଲେ। ଏହାସହିତ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ଏକପାଖିଆ ନିର୍ମାଣ କାମ ଶେଷ କରାଯାଇ ଗାଡ଼ି ଚଳାଚଳ କରିବ।

ଏପଟେ ଅନୁଗୁଳ ସହର ପାଇଁ ହୋଇଥିବା ବାଇପାସ୍‌ ନିର୍ମାଣ ଏ ଭିତରେ ଶେଷ ହୋଇଯିବା ନେଇ କୁହାଯାଇଥିଲା। କିନ୍ତୁ କାମ ବିଶେଷ ‌ଆଗେଇ ପାରିନି। ଅଧିକ ଅଡ଼ୁଆ କରିଛି ପୋଲ, ଓଭରବ୍ରିଜ୍‌ ଓ ଅଣ୍ଡରପାସ୍‌। ଅନୁଗୁଳ ବାଇପାସ୍ ରାସ୍ତା‌ରେ ଥିବା ଏହି ଛୋଟମୋଟ ପୋଲ ନିର୍ମାଣ ଶେଷ ହୋଇ ନଥିବାରୁ ବର୍ଷା ଆଗରୁ ଶେଷ ହେବା ସମ୍ଭାବନା କମ୍‌। ସେହିପରି ଆଉ ୧୫ ଦିନ ଭିତରେ କାମ ଶେଷ ନ ହେଲେ ବର୍ଷା ଆରମ୍ଭ ହୋଇଯିବ। ବର୍ଷା ସମୟରେ ପିଚୁ ଓ ସିମେଣ୍ଟ କାମ ତ୍ବରାନ୍ବିତ ହେବା କଷ୍ଟକର। ତେଣୁ ଜୁନ୍‌ ସୁଦ୍ଧା ବାଇପାସ୍‌ରେ ଗାଡ଼ି ଗଡ଼ିବ ବୋଲି ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ସମ୍ଭବ ହେବନି ବୋଲି ସ୍ପଷ୍ଟ ହୋଇଯାଇଛି।

ରାଜ୍ୟର ଏହି ଗୁରୁତ୍ବପୂର୍ଣ୍ଣ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପ୍ରଥମେ ୨୦୨୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ବିଭିନ୍ନ କାରଣର ପାଇଁ ଏହା ବିଳମ୍ବିତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।