ଦେଶ ବିଦେଶ ମନୋରଞ୍ଜନ

୫୫ବର୍ଷ ବୟସରେ ଟେଲି କଳାକାର ଆଶିଷ ରଏଙ୍କ ପରଲୋକ

ମୁମ୍ବାଇ: ୫୫ବର୍ଷ ବୟସରେ ଟେଲି କଳାକାର ଆଶିଷ ରଏଙ୍କ ପରଲୋକ। ତାଙ୍କର କିଡନିଜନିତ ସମସ୍ୟା ଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ମିଳିଛି। ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜୁହୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଡାୟାଲିସିସ୍ ଚାଲିଥିଲା।

ଏହାପୂର୍ବରୁ ଜାନୁଆରୀ ୨୦୧୯ ରେ ଆଶିଷ ରଏଙ୍କୁ ପକ୍ଷାଘାତ ହେବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲେଖକ-ନିର୍ମାତା ବିନନ୍ତା ନନ୍ଦା ତାଙ୍କ ଫେସବୁକ ପେଜରେ ଏହି ଖବର ସେୟାର କରିଥିଲେ। ଖବର ଅନୁଯାୟୀ, ଅଗଷ୍ଟ ୨୦୧୮ରେ, ଆଶିଷଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରଠାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ରହୁନଥିଲା। ଚଳିତ ବର୍ଷ ମେ ମାସରେ ଆଶିଷ ଆଇସିୟୁରେ ଭର୍ତ୍ତି ହେବା ପରେ ଅଭିନେତା ଫେସବୁକକୁ ଯାଇ ତାଙ୍କ ବନ୍ଧୁମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ଅନୁରୋଧ କରିଥିଲେ।

India TV News
ଧାରାବାହିକ ସସୁରାଲ ସିମର କା, ଜେନି ଅର ଜୁଜୁ, ତୁ ମେରେ ଅଗଲ ବଗଲ ହେ, ବା ବହୁ ଅର ବେବିରେ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଆଶିଷ ରଏ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ