ରାଜ୍ୟ ସ୍ପେଶାଲ ରିପୋର୍ଟ

୫୦ ବର୍ଷ ତଳର କାରକୁ ମିଳିଲା ନୂଆ ନମ୍ବର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଜେଜେ ବାପାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ୫୦ ବର୍ଷରୁ ଅଧିକ ପୁରୁଣା କାର୍‌କୁ ନୂଆ ନମ୍ବରରେ ପଞ୍ଜୀକରଣ କରିଛନ୍ତି ଭୁବନେଶ୍ବରର ଜଣେ ମହିଳା। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଲାଗୁ ନୂଆ ନିୟମ ଭିଣ୍ଟେଜ୍‌ କାର ସଂରକ୍ଷଣ ପଲିସି ଆଧାରରେ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୫୦ ବର୍ଷର ଏହି ପୁରୁଣା କାର୍‌କୁ ନୂଆ ନମ୍ବର ପ୍ରଦାନ କରାଯାଇଛି।

ଏହି ମହିଳା ହେଲେ ପଦ୍ମାଳୟା ପ୍ରହରାଜ। ୧୯୬୮ ମସିହାରେ ପଦ୍ମାଳୟାଙ୍କ ଜେଜେ ବାପା ଦୁର୍ଗାଚରଣ ପାଢ଼ୀ ଏକ ଫିଏଟ୍‌ କାର୍‌କୁ କିଣିଥିଲେ। ପରେ ତାଙ୍କ ବାପା ଏହି କାର୍‌କୁ ନିଜ ପାଖରେ ଅକ୍ଷତ ରଖିଥିଲେ। ଭିଣ୍ଟେଜ୍‌ କାର୍‌ ସଂରକ୍ଷଣ ନେଇ ନୂଆ ନିୟମ ଆସିବା ପରେ ସେ ଏହି କାର୍‌କୁ ନିଜ ପାଖରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେ ଭିଣ୍ଟେଜ୍‌ କାର ସଂରକ୍ଷଣ ପଲିସି ଆଧାରରେ ପୁରୀ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଆବଶ୍ୟକ ଯାଞ୍ଚ୍‌ କାମ ଶେଷପରେ ଆଜି କାର୍‌ ପାଇଁ ନୂଆ ନମ୍ବର ମିଳିଛି। ଫିଏଟ୍‌ କାର୍‌କୁ ନୂଆ ନମ୍ବର ଓଡିଭି-ଏଏଏ-୦୦୦୧ରେ ପଞ୍ଜୀକରଣ କରାଯାଇଛି। ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଭିଣ୍ଟେଜ୍‌ କାର୍‌ ସଂରକ୍ଷଣ ପଲିସିରେ ଏହା ପ୍ରଥମ ପଞ୍ଜୀକରଣ। ଗାଡ଼ିର ମାଲିକାଣି ପଦ୍ମାଳୟା ପ୍ରହରାଜ ଓ ତାଙ୍କ ସ୍ବାମୀ ଆଜି ଏହି ପୁରୁଣା ଗାଡ଼ି ସହ ପୁରୀ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଜିକୃତ ନୂ୍ଆ ନମ୍ବର ଗ୍ରହଣ କରିଛନ୍ତି।

ଏ ସମ୍ପର୍କରେ ପଦ୍ମାଳୟା କହିଛନ୍ତି, ଯେହେତୁ ଏହି କାର୍‌ ବହୁ ପୁରୁଣା, ସେ ଦୃଷ୍ଟିରୁ କାର୍‌ର ବିଭିନ୍ନ ପାର୍ଟସ ଖୋଜିବାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। କେରଳ, ମାଡ୍ରାସ ଆଦି ରାଜ୍ୟରୁ ଏହି ଭିଣ୍ଟେଜ୍‌ କାର୍‌ର ପାର୍ଟସ ଖୋଜିବାକୁ ପଡ଼ିଥିଲା। ପାର୍ଟସ ମିଳିବାପରେ ଭୁବନେଶ୍ବରରେ ଏକ ଭିଣ୍ଟେଜ୍‌ କାର୍‌ କାରିଗରଙ୍କ ପାଖରେ କାର୍‌ର ଆବଶ୍ୟକ ମରାମତି କରିଥିଲେ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏବେ ଏହି କାର୍‌କୁ ନିଜ ପାଖରେ ସ୍ମୃତି ଭାବେ ଅକ୍ଷତ ରଖିବେ ବୋଲି ସେ କହିଛନ୍ତି।

ପୁରୀ ପରିବହନ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ଏଭଳି ଭିଣ୍ଟେଜ୍‌ କାର ପଞ୍ଜୀକରଣ ଆମର ପ୍ରଥମ। ଏହି କାର୍‌ ରାସ୍ତାରେ ଗଡ଼ି ପାରିବନି। କେବଳ ବିବାହ ଭଳି କାର୍ଯ୍ୟକ୍ରମରେ ଏହି କାର୍‌ ଗଡ଼ିପାରିବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।