ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୪.୨୨ କୋଟି ଟଙ୍କା ଦେଇ ‘ଲାମ୍ବର୍‌ଗିନି ଉରୁସ୍‌ ଏସ୍‌’ କାର୍‌ କିଣିଲେ ସଚିନ ତେନ୍ଦୁଲ୍‌କର୍‌

ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରିକେଟ୍‌ ଖେଳାଳି ତଥା କାର୍‌ପ୍ରେମୀ ସଚିନ୍‌ ତେନ୍ଦୁଲ୍‌କର୍‌ ୪.୨୨ କୋଟି ଟଙ୍କା ବିନିମୟରେ ଗୋଟାଏ ବିଳାସମୟ ‘ଲାମ୍ବର୍‌ଗିନି ଉରୁସ୍‌ ଏସ୍‌’ କାର୍‌ କିଣିଥିବା କଥା ‘ଜି ନିଉଜ୍‌’ ରିପୋର୍ଟ କରିଛି।

ଏହି ବିଳାସମୟ ନୂଆ ‘ଏସ୍‌ୟୁଭି’ କାର୍‌ କିଣିବାରେ ସମ୍ଭବତଃ ତେନ୍ଦୁଲ୍‌କର୍‌ ହେଉଛନ୍ତି ପ୍ରଥମ ଭାରତୀୟ। ଉଲ୍ଲେଖଯୋଗ୍ୟ, ଆଗରୁ ମଧ୍ୟ ତେନ୍ଦୁଲ୍‌କର୍‌ଙ୍କ ଗ୍ୟାରେଜ୍‌‌ରେ ଅନେକ ବିଳାସମୟ କାର୍‌ ରହିଛି। ତାଙ୍କର ଗୋଟାଏ ‘ପସ୍‌’ କାର୍‌ ଅଛି ବୋଲି ଅନେକ ହୁଏତ ଜାଣି ନ ଥିବେ।

ସଂଗୃହୀତ ସୂଚନା ଅନୁସାରେ, ସଚିନ୍‌ଙ୍କ ଗ୍ୟାରେଜ୍‌ରେ ଥିବା ବିଳାସପୂର୍ଣ୍ଣ କର୍‌ଗୁଡ଼ିକ ମଧ୍ୟରେ ରହିଛି, ‘ବିଏମ୍‌ଡବ୍ଲଉ ୭-ସିରିଜ୍ ଲି’, ‘ବିଏମ୍‌ଡବ୍ଲଉ ଏକ୍ସ୫ଏମ୍‌’, ‘ବିଏମ୍‌ଡବ୍ଲୁ ଆଇ୮’ ଏବଂ ‘ବିଏମ୍‌ଡବ୍ଲୁ ୫-ସିରିଜ୍‌’। ‘ବିଏମ୍‌ଡବ୍ଲୁ’ ହେଉଛି ତାଙ୍କର ପ୍ରିୟ କାର୍। ସେ ଭାରତ ପାଇଁ ‘ବିଏମ୍‌ଡବ୍ଲୁ’ର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ହେବାର ବହୁ ବର୍ଷ ଆଗରୁ ବ୍ୟକ୍ତିଗତ ଭାବେ ‘ବିଏମ୍‌ଡବ୍ଲୁ ଏକ୍ସ୍‌୫ଏମ୍‌’ କାର୍‌ ବିଦେଶରୁ ମଗାଇଥିଲେ।

Image Courtesy of Zee News

ସଚିନ୍‌ ନିୟମିତ ସପ୍ତାହାନ୍ତ କାର୍‌ ଚାଳନାରେ ଯାଆନ୍ତି। ସେତେବେଳେ ହିଁ ସେ ତାଙ୍କର ଦାମୀ କାର୍‌ଗୁଡ଼ିକ ବାହାରକୁ ନେଇ ଚଳାଇଥାଆନ୍ତି। ଅଳ୍ପ ଦିନ ତଳେ ସେ ମୁମ୍ବାଇରେ ଗୋଟାଏ ଧଳାରଙ୍ଗର ‘ପସ୍‌ ୯୧୧ ଟର୍ବୋ ଏସ୍‌’ ଚଳାଇ ଯାଉଥିବା ଦେଖାଯାଇଥିଲା। ଏହି କାର୍‌ ଚଳାଇବାରେ ତାଙ୍କୁ ‘ସି ଲିଙ୍କ୍‌’ରେ ଦୁଇଥର ଦେଖିଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଏହାଛଡ଼ା, ସେ ଅନେକ ଥର ମୁମ୍ବାଇର ଭିଡ଼ ରାସ୍ତାରେ ‘ପସ୍‌ କେ‌ୟିନି ଟର୍ବୋ’ କାର୍‌ ଚଳାଇ ଯିବାର ମଧ୍ୟ ଅନେକେ ଦେଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ