ଦେଶ ବିଦେଶ ମନୋରଞ୍ଜନ

୪ ବର୍ଷୀୟା ଶିଶୁକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କଲେ ମନ୍ଦିରା ବେଦୀ ଓ ସ୍ବାମୀ ରାଜ୍‌ କୌଶଲ୍‌

ମୁମ୍ବାଇ: ଅଭିନେତ୍ରୀ ତଥା ଜଣାଶୁଣା ଟେଲିଭିଜନ୍‌ ହୋଷ୍ଟ୍‌ ମନ୍ଦିରା ବେଦୀ ଓ ତାଙ୍କ ନିର୍ଦ୍ଦେଶକ ସ୍ବାମୀ ରାଜ କୌଶଲ ଜଣେ ୪ ବର୍ଷୀୟା ଶିଶୁକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି। ସେମାନେ କୁନି ଝିଅଟିର ନା ରଖିଛନ୍ତି ତାରା ବେଦୀ କୌଶଲ। ଦମ୍ପତି ନିଜର ପୋଷ୍ୟ କନ୍ୟା ବିଷୟରେ ସୋସିଆଲ୍‌ ମିଡିଆରେ ଘୋଷଣା କରିଛନ୍ତି।

ଉଭୟ ମନ୍ଦିରା ଓ ରାଜ ତାଙ୍କ ପୁଅ ବୀର ଓ ତାରାଙ୍କ ସହ ମିଶି ଏକ ପାରିବାରିକ ଫ‌େଟୋ ସେୟାର୍‌ କରିଛନ୍ତି। ତାରା ସଂପର୍କରେ ବେଦୀ ସେୟାର୍ କରିଥିବା ପୋଷ୍ଟ୍‌ରେ ଲେଖିଯାଇଛି, ‘ସେ ଆମ ପାଖକୁ ଆସିଛି ଯେପରି ଏକ ଆଶୀର୍ବାଦ ପରି। ଚାରି ବର୍ଷୀୟା ଆମ ଝିଅ ତାରାର ଆଖି ଯେପରି ତାରକା ପରି ଚମକୁଛି। ବୀରର ଭଉଣୀ ସିଏ। ଆମ ଘରକୁ ତାକୁ ସ୍ବାଗତ। ଖୋଲା ବାହୁ ଓ ଭଲପାଇବା ସହ।’
ସେ କହିଛନ୍ତି ଯେ ଚଳିତବର୍ଷ ଜୁଲାଇ ୨୮ ତାରିଖରୁ ତାରା ତ‌ାଙ୍କ ପରିବାରର ଅଂଶବିଶେଷ। କୌଶଲ ବି ଫଟୋଟିକୁ ସେୟ‌ାର୍‌ କରି ଲେଖିଛନ୍ତି କି ପରିବାର ସଂପୂର୍ଣ୍ଣ ହୋଇଗଲା। ଉଲ୍ଲେଖଯୋଗ୍ୟ, ମନ୍ଦିରା ୧୯୯୯ ମସିହା ଫେବ୍ରୁଆରି ୧୪ ତାରିଖରେ ରାଜଙ୍କୁୁ ବିବାହ କରିଥିଲେ। ୨୦୧୧ରେ ସେମାନେ ପିତୃତ୍ବ-ମାତୃତ୍ବ ଅର୍ଜନ କରିଥିଲେ। ୧୯୯୫ ମସିହାରେ ‘ଦିଲୱାଲେ ଦୁଲହ୍ନିୟା ଲେ ଯାଏଗେଁ’ ଚଳଚ୍ଚିତ୍ର ଜରିଆରେ ମନ୍ଦିରା ବଲିଉଡ୍‌ରେ ପ୍ରବେଶ କରିିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ