ଅପରାଧ ରାଜ୍ୟ

୪ ନକ୍ସଲ ମିଲିସିଆ ଗିରଫ

ରାୟଗଡ଼ା: ନକ୍ସଲ ସଂଗଠନକୁ ଲଗାତାର ସହଯୋଗ କରି ଆସୁଥିବା ୪ଜଣ ମିଲିସିଆଙ୍କୁ ମୁନିଗୁଡା ପୁଲିସ ଗିରଫ କରିଛି। ଏମାନେ ହେଲେ କାଡ୍ରାପାଙ୍ଗା ଗାଁର ନୂଆମାଝି କାଡ୍ରାକା(୪୦), ପାଟରାଣୀ ଗାଁର ରାଗିଡି ଗାଗରାଙ୍ଗ(୨୫), ଗୁନାଖାଇ ଗାଁର ପାଗୁଡା କିମ୍ବାକା(୩୦) ଏବଂ ବଡଡେଙ୍ଗୁଣୀ ଗାଁର ବଳି କରକରିଆ(୪୨)। ପୁଲିସ ଏକ ମାମଲା (୧୮୭/୨୩) ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ, ଜିଲ୍ଲାର ମୁନିଗୁଡା, ଅମ୍ବାଦଳା ଏବଂ ଚନ୍ଦ୍ରପୁର ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ିବାରେ ଲାଗିଥିବା ଜଣାପଡିଛି। ଏହିସବୁ ଅଞ୍ଚଳରେ ସ୍ଥିତି ସଙ୍ଗିନ୍‌ ଥିବା ଖୋଦ ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି। ଯେ କୌଣସି ସମୟରେ ନକ୍ସଲ କିଛି ବି ଘଟାଇବା ସମ୍ଭାବନା ଥିବାରୁ ଏସ୍‌ଓପି କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗିରଫ ମିଲିସିଆ ମାଓ ସଂଗଠନର ଆଗଧାଡ଼ି ନେତ୍ରୀ ରୀତା, ନିଖିଲ ଓ ବଣ୍ଟିଙ୍କ ମୁଖ୍ୟ ସୂଚନାଦାତା ଭାବେ କାମ କରୁଥିଲେ। ଗତ ୧ତାରିଖରେ ଦେଓକପୁଲି ଗାଁରେ ଗୋଟିଏ କ୍ରସରରେ ପୋଡ଼ାଜଳା କରିଥିଲେ ନକ୍ସଲ। ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ମାରି ନାନା ଦାବି କରାଯିବା ସହ ଲୋକଙ୍କୁ ପୁଲିସ ବିରୋଧରେ ମଧ୍ୟ ଉସୁକାଇ ଥିଲେ। ଏପରିକି ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିଥିଲେ। ପରିସ୍ଥିତି ଗମ୍ଭୀର ଥିବାରୁ ଏହାକୁ ଗୁପ୍ତ ରଖାଯାଇଥିଲା ବୋଲି ଏସ୍‌ପି ଶ୍ରୀ ଶର୍ମା କହିଛନ୍ତି। ଗିରଫ ହୋଇଥିବା ମିଲିସିଆ ସଂଗଠନ ସହ ଜଡିତ ହୋଇ କାମ କରୁଥିଲେ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି, ନକ୍ସଲ ଦମନ ପାଇଁ ଅଞ୍ଚଳରେ କମ୍ବିଂ ଜୋର କରାଯିବା ସହ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଗୁଇନ୍ଦା ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।