ଖେଳ ଦେଶ ବିଦେଶ

୪ ଓଭରରେ ୫୯ ରନ୍ ବ୍ୟୟ କଲେ ସିରାଜ, ଅସନ୍ତୋଷ ବ୍ୟକ୍ତ କଲେ କୋଚ୍ ବାଙ୍ଗର

ନୂଆଦିଲ୍ଲୀ,୨୮/୦୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମହମ୍ମଦ ସିରାଜ ପ୍ରଶଂସକ ଓ ଦଳକୁ ନିରାଶ କରିଛନ୍ତି । ସେ ନିଜର ୪ ଓଭରରେ ୫୯ ଦେଇ ମାତ୍ର ଦୁଇଟି ଓ୍ୱିକେଟ୍ ନେଇଥିଲେ । ତାଙ୍କର ଏପରି ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋଚ୍ ସଞ୍ଜୟ ବାଙ୍ଗର ।

ସିରାଜ ୪ ଓଭରରେ ୫୯ ରନ୍ ବ୍ୟୟ କରିଥିଲେ । ଫଳରେ ବଡ ସ୍କୋର କରି ମଧ୍ୟ ବେଙ୍ଗାଲୁରୁ ପରାସ୍ତ ହୋଇଥିଲା । ଯାହାକୁ ନେଇ ସଞ୍ଜୟ କହିଛନ୍ତି ଯେ, ଓ୍ୱାଇଡ୍ ବଲ ବହୁତ ଅଧିକ ଥିଲା । ଏହାକୁ କମାଇବା ଦରକାର । ସିରାଜଙ୍କ ପାଇଁ ବହୁତ ଖରାପ ଦିନ ଥିଲା । ଏହା ସେ ନିଜେ ମଧ୍ୟ ଜାଣିଛନ୍ତି । ଆଗକୁ ସେ ବୋଲିଂ ସୁଧାରିବାକୁ ଚେଷ୍ଟା କରିବେ ।

ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ବିଶାଳ ୨୦୫ ରନ୍ କରିଥିଲା । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ୮୮ ରନ୍ କରିଥିଲେ । ବିରାଟ କୋହଲି ୪୧ ରନର ପାଳି ଖେଳିଥିଲେ । ଦିନେଶ କାର୍ତ୍ତିକ ଶେଷ ଓଊରରେ ୩ ଚଉକା ଓ ୩ ଛକା ଲଗାଇ ୩୨ ରନ୍ କରିଥିଲେ ।

ତେବେ ପଞ୍ଜାବ ବ୍ୟାଟର ଆରସିବି ବୋଲରଙ୍କ ଦାୟିତ୍ୱହୀନ ବୋଲିଂର ଫାଇଦା ନେଇଥିଲେ । ଦଳ ୧୯ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଶିଖର ଧାଓ୍ୱନ ୪୩ ରନ୍ କରିଥିବା ବେଳେ ଭନୁକା ରାଜପକ୍ଷେ ୪୩, ମୟଙ୍କ ଅଗ୍ରଓ୍ୱାଲ ୩୨ ରନ୍ କରିଥିଲେ । ତେବେ ମ୍ୟାଚରେ ଆରସିବି ବୋଲର ୨୧ ଓ୍ୱାଇଡ୍ ପକାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ