ଦେଶ ବିଦେଶ

୪୮ ଘଣ୍ଟାରେ ୫୭୨ ମିଲିମିଟର ବର୍ଷା: ଆଗୁଆ ସ୍ଥାନାନ୍ତର ପାଇଁ ବଞ୍ଚିଗଲେ ବହୁ ଲୋକ

ୱାୟନାଡ଼: କେରଳର ୱାୟନାଡ଼ ଜିଲ୍ଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଫଳନର କେନ୍ଦ୍ରବିନ୍ଦୁରେ ୨୪ ଘଣ୍ଟା ମଧ୍ୟରେ ୫୭୨ ମିଲିମିଟର ବର୍ଷା ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଯେଉଁ ସ୍ଥାନରେ ୨୪ ଘଣ୍ଟାରେ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହୁଏ ତାହାକୁ ଅତ୍ୟନ୍ତ ପ୍ରବଳ ବର୍ଷା କୁହାଯାଇଥାଏ। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ କହିବାନୁଯାୟୀ, ପ୍ରଥମ ୨୪ ଘଣ୍ଟାରେ ୨୦୦ ମିଲିମିଟର ଏବଂ ତାହା ପରର ୨୪ ଘଣ୍ଟାରେ ୩୭୨ ମିଲିମିଟର ବର୍ଷା ହୋଇଥିଲା। ମୁଣ୍ଡାକ୍କାଇର ପୁଞ୍ଚିରିଭଟ୍ଟମ ଥିଲା ଭୂସ୍ଖଳନର କେନ୍ଦ୍ରବିନ୍ଦୁ।

ପ୍ରଥମ ଭୂସ୍ଖଖନ ହୋଇଥିବା ଏହି ସ୍ଥାନ ଜନବସତି ନଥିଲା। କିନ୍ତୁ ସେହି ସ୍ଥାନରୁ ପ୍ରାୟ ୬ କିମି ଦୂରରେ ଥିବା ଚୁରାଲମାଲା ଅଙ୍ଗାଡ଼ି ଗାଁ ଉପରେ ଉପରୁ ଖସିଥିବା ମାଟି ଓ ପଥର ଆଦି ଭାସି ଆସି ଗଦା ହୋଇଥିଲା। ଏହା ଏକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ହୋଇ ନଥିଲେ ମଧ୍ୟ ଏଭଳି ବିପର୍ଯ୍ୟୟ ଦେଖିବାକୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି। ଏହି ଅଞ୍ଚଳ ପାଇଁ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା। ଯେତେବେଳେ ବର୍ଷା ବଢ଼ିଲା ସେହି ସମୟରେ ବହୁ ଲୋକଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ବହୁ ଲୋକଙ୍କ ଜୀବନ ରକ୍ଷା ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଣିପାଗର ପରିବର୍ତ୍ତିତ ପରିସ୍ଥିତିରେ କେଉଁ ଅଞ୍ଚଳରେ କିଭଳି ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିବ ତାହା ଆକଳନ କରିବା ସହଜ ନୁହେଁ। ‌ଏଥିପାଇଁ ଲୋକଙ୍କୁ ନିୟମ ପାଳନ କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ