ଖେଳ ଦେଶ ବିଦେଶ

୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଧକ୍କା, ଆହତ କାରଣରୁ ଦଳରୁ ବାଦ ପଡ଼ିଲେ ବୁମରା

ବ୍ରିସବେନ : ସିଡନି ଟେଷ୍ଟ ଡ୍ର ହେବାପରେ ବ୍ରିସବେନଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟର ଗୁରୁତ୍ବ ବଢିଯାଇଛି । ଏବେ ସିରିଜ ୧-୧ରେ ଥିବାବେଳେ ୪ର୍ଥ ଟେଷ୍ଟ ହିଁ ବର୍ଡର-ଗାଭାସ୍କର ଟ୍ରଫିର ବିଜେତା ନିର୍ଣ୍ଣୟ କରିବ ।

ତେବେ ଆସନ୍ତା ୧୫ ତାରିଖରୁ ୪ର୍ଥ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଭାରତୀୟ ଦଳକୁ ଏକ ବଡ଼ ଧକ୍କା ଲାଗିଛି । ଭାରତର ପ୍ରମୁଖ ବୋଲର ଜସପ୍ରିତ ବୁମରା ଆହତଜନିତ କାରଣରୁ ଏହି ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କର ମାଂସପେଶୀ ଯନ୍ତ୍ରଣା ଥିବା ଜଣାଯାଇଛି । ଦଳର ପ୍ରମୁଖ ଦ୍ରୁତ ବୋଲର ବାଦ ପଡ଼ିବା ଦଳପାଇଁ ଚିନ୍ତାର କାରଣ ହୋଇଛି । ଏହା ଦଳର ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିପାରେ । ଅଧିନାୟକ ବିରାଟ କୋହଲି ଦଳରେ ଅନୁପସ୍ଥିତ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଆହତ ଅଛନ୍ତି । ସେ ମଧ୍ୟ ୪ର୍ଥ ଟେଷ୍ଟ ଖେଳିବେ ନାହିଁ । ବ୍ୟାଟ୍ସମ୍ୟାନ ହନୁମା ବିହାରି ମଧ୍ୟ ଶତପ୍ରତିଶତ ଫିଟ୍ ନାହାନ୍ତି । ତାଙ୍କର ଜଙ୍ଘରେ ମାଂସପେଶୀ ଯନ୍ତ୍ରଣା ରହିଛି । ଏଣୁ ସେ ମଧ୍ୟ ଖେଳିବା ନେଇ ସଂଦେହ ରହିଛି ।

ଏଣୁ ଗୁରୁତ୍ବପୂର୍ଣ୍ଣ ୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି । ଆହତ ବୁମରାଙ୍କ ସ୍ଥାନରେ ଯୁବ ଦ୍ରୁତ ବୋଲର ନଟରାଜନ ଖେଳିବାର ସମ୍ଭାବନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ