ଧର୍ମ

୩ ରଥରେ ସାମାନ୍ୟ ଫାଟ, ସ୍ୱତନ୍ତ୍ର ବୈଷୟିକ ଟିମ୍‌ର ଯାଞ୍ଚ

ପୁରୀ ୧୫।୦୭: ସରିଛି ରଥଯାତ୍ରା । ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ।

ଖବର ଅନୁଯାୟୀ, ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ସାମାନ୍ୟ ଫାଟ ରହିଛି । ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ଫାଟ ରହିଛି । ଏହାକୁ ମରାମତି କରାଯାଉଛି। ୧୦ ଜଣ ମହାରଣା ୬ଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ୍ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ