ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ୟାସନଗର: ବ୍ୟାସନଗରର ବିକାଶ ବାଟହୁଡ଼ିଛି। ୩ ବର୍ଷ ହେଲାଣି ସ୍ମାର୍ଟ ପାର୍କ, ଶ୍ମଶାନ ଓ ପୋଖରୀ ପାଇଁ ୩ କୋଟି ୭୭ଲକ୍ଷ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି। କାର୍ଯ୍ୟ ହେବା ତ ଦୂର ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ କରିବାରେ ପ୍ରଶାସନ ଅସମର୍ଥ ହୋଇଛି। ଫଳସ୍ବରୂପ ମାସକ ମଧ୍ୟରେ ଏହି ଅର୍ଥ ଫେରିଯିବାକୁ ବସିଛି। ତଥାପି ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପାଇଁ ତତ୍ପରତା ପ୍ରକାଶ ନପାଇବା ଚିନ୍ତାଜନକ ବୋଲି ସହରବାସୀ କହିଛନ୍ତି। ଆସନ୍ତା ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ ନକଲେ ଅନୁଦାନ ଫେରିଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସ୍ମାର୍ଟ ପାର୍କ ପାଇଁ ୨ କୋଟି ଟଙ୍କା, ସ୍ମାର୍ଟ ଶ୍ମଶାନ ପାଇଁ ୧ କୋଟି ଟଙ୍କା ଓ ଦଳା ପୋଖରୀ ଉନ୍ନତୀକରଣ କରିବା ବାବଦରେ ୭୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି। ୩ ବର୍ଷ ହେଲାଣି ପାର୍କ ଓ ଶ୍ମଶାନ ପାଇଁ ଜାଗା ଚିହ୍ନଟ ହୋଇ ପାରିନାହିଁ।
ସ୍ମାର୍ଟ ପାର୍କ କରିବା ପାଇଁ କେତେବେଳେ ମହିଳା ମହାବିଦ୍ୟାଳୟ ନିକଟରେ ତ ପୁଣି ଅନ୍ୟ ଜାଗାରେ କରିବା ଲାଗି ଆଲୋଚନା ହେଉଛି। ନିଷ୍ପତ୍ତି ହୋଇପାରୁନାହିଁ। ସେହିଭଳି ସ୍ମାର୍ଟ ଶ୍ମଶାନ ଚାନ୍ଦମା ପଡ଼ିଆ କି ଯୋଡ଼ାବର ଏମ୍ସିସି ପ୍ଲାଣ୍ଟ ନିକଟରେ ହେବ, ତାହା ବି ସ୍ଥିର ହୋଇପାରୁନି। ଜାଗା ସ୍ଥିର ହେଉନାହିଁ କି ଟେଣ୍ଡର ମଧ୍ୟ କରାଯାଇ ପାରିନାହିଁ। ବିଡ଼ମ୍ବନା ହେଉଛି ନିର୍ବାଚିତ ପ୍ରତିନିଧି ହୁଅନ୍ତୁ ଅଥବା ଜନପ୍ରତିନିଧି କିମ୍ବା ଉଭୟ ପ୍ରଶାସନ ଓ ନିର୍ବାଚିତ ପୌରପରିଷଦ; ପୌରପାଳିକା ଦାୟିତ୍ବରେ ଯିଏ ରହିଲେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ ଆଗଉ ନାହିଁ। ପ୍ରାଶାସନିକ ଅଧିକାରୀ ସାଢ଼େ ତିନିବର୍ଷ ଦାୟିତ୍ଵରେ ଥିଲେ। ଇତିମଧ୍ୟରେ ନୂତନ ପୌର ପରିଷଦ ଗଠନକୁ ୧୦ ମାସ ପୂରିବ ତଥାପି ଜାଗା ଚିହ୍ନଟ ହୋଇ ପାରୁନାହିଁ। ସହରରେ ଉନ୍ନୟନ କାର୍ଯ୍ୟ ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ ହୋଇନପାରି ପଡ଼ିରହିଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଗତ ନଭେମ୍ବର ୨୩ ତାରିଖ ୧୨ ଗୋଟି ପୌରସଂସ୍ଥାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ସଚିବ ପ୍ରଭୃତି ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଯାଏ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇଥିବାର ଖବର ମିଳିଛି।
ସଂପ୍ରତି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସରକାର ଓ ବିଜେଡି ପ୍ରସ୍ତୁତି ପକ୍ରିୟା ଆରମ୍ଭ କରିସାରିଛି। ଏଥିପାଇଁ ଶାସକଦଳ ମନ୍ତ୍ରୀ, ନେତା ଓ ପ୍ରାଶାସନିକ ଅଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେଣି। ଏପରିକି ଶାସକଦଳର ପରାଜିତ ପ୍ରାର୍ଥୀମାନେ ମଧ୍ୟ ପ୍ରାଶାସନ କାନ୍ଧରେ ଲାଉ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ସରକାରୀ କାର୍ଯ୍ୟକ୍ରମ ଆଳରେ ଶାସକଦଳ ଜନସମ୍ପର୍କ ବୃଦ୍ଧି ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନଭିତ୍ତିରେ ସମ୍ପୂର୍ଣ୍ଣ କରାଯାଉଛି। ନୂଆ ପ୍ରକଳ୍ପ ର ଶିଳାନ୍ୟାସ କରାଯାଉଛି। ଆଶ୍ଚର୍ଯ୍ୟର ବିଷୟ ବ୍ୟାସନଗର ପୌରାଞ୍ଚଳରେ ଏହି ଉଷ୍ମତା ଦେଖିବାକୁ ମିଳୁନାହିଁ। ସହରରେ ଏକାଧିକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି। ଅନ୍ୟ କେତେକ ନୂତନ ପ୍ରକଳ୍ପ ଆରମ୍ଭ ହୋଇ ପାରୁନି। ମାସେ କି ଦୁଇମାସ ନୁହେଁ, ୩ ବର୍ଷ ଧରି କୋଟିକୋଟି ଟଙ୍କାର ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ କରିନପାରିବା ପ୍ରଶାସନିକ ଅପାରଗତାକୁ ପଦାରେ ପକାଇ ଦେଇଛି। ଏକରଏକର ପରିବ୍ୟାପ୍ତ ସରକାରୀ ଜମି ପଡ଼ିରହିଥିବା ବ୍ୟାସନଗର ପୌରାଞ୍ଚଳରେ ଶ୍ମଶାନ ଓ ପାର୍କ ପାଇଁ ଜାଗା ଚିହ୍ନଟ କରିନପାରିବା ଘଟଣା ରାଜନୈତିକ ଇଚ୍ଛାଶକ୍ତି ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l