ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ବୁଧବାର ଦିନ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି। ସେହିଭଳି ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ଖୋର୍ଧାରେ ୭୦ ମିଟର, କଟକରେ ୯୦ ମିଟର, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର ଦୃଶ୍ୟମାନ ଦୂରତା ରହିଥିଲା। ଇରାନ ଓ ପାର୍ଶ୍ବବର୍ତୀ ଅଞ୍ଚଳରେ ଆଜି ବାୟୁମଣ୍ଡଳର ୮.୮ରୁ ୭.୬ କିମି ମଧ୍ୟରେ ଏକ ପଶ୍ଚିମା ଝଡ଼ ଘୂର୍ଣ୍ଣିବଳୟ ରୂପରେ ଦୃଶ୍ୟମାନ ହୋଇଛି। ଫଳରେ ବୁଧବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ଅନ୍ୟପଟେ ଗୁରୁଚାପ ପ୍ରଭାବ ଯୋଗୁଁ ରାଜ୍ୟର କିଛି ଉପକୂଳ ସମେତ ପାର୍ଶ୍ବବର୍ତୀ ଜିଲ୍ଲାଗୁଡ଼ିକରେ ଆହୁରି ୩ ଦିନ ଘନ କୁହୁଡ଼ି ଦୃଶ୍ୟମାନ ହେବ। କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ରୁ ୧୦୦ ମିଟର ମଧ୍ୟରେ ରହିବ।
ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବୁଧବାର ଦିନ ଭଦ୍ରକରେ ୫ ମିମି ବର୍ଷା ହୋଇଥିବା ବେଳେ ଘଟଗାଁରେ ୨.୧ ମିମି ଓ କେନ୍ଦୁଝରରେ ୦.୭ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି କୋରାପୁଟଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିଲା। ସୁନ୍ଦରଗଡ଼ରେ ୧୩ ଡିଗ୍ରି, କଟକରେ ୧୯.୪ ଡିଗ୍ରି ଓ ଭୁବନେଶ୍ବରରେ ୧୯.୫ ଡିଗ୍ରି ରେକର୍ଡ ହୋଇଥିଲା। ଆଜି ଉପକୂଳ ଓଡ଼ିଶା ଯଥା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ଆଦି ଜିଲ୍ଲା ସମେତ ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଏଣୁ ପାଣିପାଗ ବିଭାଗ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l