ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୮ ବର୍ଷର ପୁରୁଣା ନାସା ଉପଗ୍ରହ ପୃଥିବୀ ଉପରେ ପଡ଼ିବ: ସତର୍କ ରହିବା ପାଇଁ ଚେତାବନୀ

ୱାସିଂଟନ: ନାସାର ୩୮ ବର୍ଷର ପୁରୁଣା ଆର୍ଥ ରେଡିଏସନ ବଜେଟ ସାଟେଲାଇଟ୍ (ଇଆର୍‌ବିଏସ୍) ଜାନୁଆରି ୮ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ଓ ପୃଥିବୀ ଉପରେ ଖସିପଡ଼ିବା ଅନୁମାନ କରାଯାଉଛି। ଏ ବିଷୟରେ ନାସା କିଛିଦିନ ତଳୁ ସଚେତନ କରାଇଥିଲା।ପ୍ରାୟ ଚାରି ଦଶନ୍ଧି ଧରି ମହାକାଶରେ ରହିଆସିଥିବା ଇଆର୍‌ବିଏସ୍ ପ୍ରଥମ ୨୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। ଏହି ଉପଗ୍ରହର କାମ ଥିଲା ପୃଥିବୀ କିପରି ସୂର୍ଯ୍ୟଙ୍କ ଶକ୍ତି (ଆଲୋକ) ଅବଶୋଷଣ କରୁଛି ଓ କିପରି ବିକିରଣ କରୁଛି ତା’ ଉପରେ ଅନୁଧ୍ୟାନ କରିବା। ବାୟୁମଣ୍ଡଳର ‌ଷ୍ଟ୍ରାଟୋସ୍ଫିୟରରେ କେତେ ଓଜୋନ୍ ବାଷ୍ପ ଅଛି ଏବଂ କେତେ ଜଳୀୟ ବାଷ୍ପ, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଓ ଏରୋସୋଲ ଅଛି ମାପି ତା’ର ସୂଚନା ଦେବା ବି ଏହାର କାମ ଥିଲା।

୫୪୦୦ ପାଉଣ୍ଡ (୧ ପାଉଣ୍ଡ = ୪୫୩.୬ ଗ୍ରାମ୍) ଓଜନ-ବିଶିଷ୍ଟ ଏହି କୃତ୍ରିମ ଉପଗ୍ରହ ରବିବାର ଅପରାହ୍ଣ ୬ଟା ୪୦ (ଇଏସ୍‌ଟି) ସମୟରେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଜାନୁଆରି ୫ରେ ସୂଚନା ଦେଇଥିଲା। ତେବେ ଏହି ସମୟରେ ୧୭ ଘଣ୍ଟା କମ୍ ବା ବେଶି ହୋଇପାରେ ବୋଲି ନାସା କହିଥିଲା। ତେଣୁ ଏହି ଉପଗ୍ରହ ରବିବାର କିମ୍ବା ସୋମବାର ପୃଥିବୀ ଉପରେ ପଡ଼ିବ। ନାସା ଓ ଆମେରିକା ପ୍ରତିରକ୍ଷା ବିଭାଗ ଏହା ଉପରେ ନିରବଚ୍ଛିନ୍ନ ଭାବେ ନିଘା ରଖିଛନ୍ତି ଓ ସମୟକୁ ସମୟ ସୂଚନା ଦେଉଛନ୍ତି।

ବାୟୁମଣ୍ଡଳ ଭିତରେ ପ୍ରବେଶ କଲା ପରେ ବାୟୁ ସହ ଘର୍ଷଣ ଯୋଗୁ ନିଆଁ ଲାଗି ଏହାର ବହୁଳାଂଶ ନଷ୍ଟ ହୋଇଯାଇପାରେ। ତେବେ ଏହାର ବଡ଼ ଓ ମଜଭୁତ ଅଂଶଗୁଡ଼ିକ ବର୍ତ୍ତିଯାଇ ପୃଥିବୀ ଉପରେ ପଡ଼ିପାରେ। ଏହା କୌଣସି ଘର କିମ୍ବା ଜନବସତି ଉପରେ ପଡ଼ିଲେ ତାହାର କ୍ଷତି ପହଞ୍ଚାଇପାରେ। ତେବେ କ୍ଷତି କରିବାର ସମ୍ଭାବନା ବହୁତ କମ୍ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ୧୯୮୪ ମସିହା ଅକ୍ଟୋବର ୫ ତାରିଖରେ ଇଆର୍‌ବିଏସ୍ ଉପଗ୍ରହଟି ମହାକାଶକୁ ଉତ୍‌କ୍ଷେପିତ ହୋଇଥିଲା। ଏହା ଆଶାତୀତ ଭାବେ ଦୀର୍ଘ ୨୧ ବର୍ଷ ଧରି କାର୍ଯ୍ୟକ୍ଷମ ରହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ