ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୭୦ ଧାରା ଉଚ୍ଛେଦ ମାମଲା: ଅଗଷ୍ଟ ୨ରୁ ସୁପ୍ରିମ୍‌କୋର୍ଟରେ ଅନ୍ତିମ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି କରାଯାଇଥିବା ଆବେଦନଗୁଡ଼ିକ ଉପରେ ଅଗଷ୍ଟ ୨ରୁ ଅନ୍ତିମ ପର୍ଯ୍ୟାୟ ଶୁଣାଣି ଆରମ୍ଭ କରିବେ ଏବଂ ତାହା କେବଳ ସୋମବାର ଓ ଶୁକ୍ରବାରକୁ ଛାଡ଼ି ଦୈନନ୍ଦିନ ଭିତ୍ତିରେ ଚାଲିବ। ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱାଇ ଓ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଲେ ଯେ, ସବୁ ପକ୍ଷଙ୍କୁ ଜୁଲାଇ ୨୭ ସୁଦ୍ଧା ସେମାନଙ୍କର ସମସ୍ତ ତଥ୍ୟ, ଲିଖିତ ଯୁକ୍ତି ଓ କାଜଗପତ୍ର ଇତ୍ୟାଦି ଦାଖଲ କରିବାକୁ ପଡ଼ିବ। ଓକିଲ ପ୍ରସନ୍ନ ଓ କାନୁ ଅଗ୍ରୱାଲ ନୋଡାଲ କାଉନସେଲ ଭାବରେ ସେଗୁଡ଼ିକର ସଂକଳନ ପ୍ରସ୍ତୁତି ଦାୟିତ୍ବରେ ରହିବେ।

ଦୁଇ ଜଣ ପିଟିସନର ଶାହ ଫୈଜଲ ଓ ଶେହଲା ରଶିଦ ତାଙ୍କ ପିଟିସନ ଫେରାଇ ନେବାକୁ ଅନୁରୋଧ କରିଥିବା ବେଳେ କୋର୍ଟ ସେମାନଙ୍କୁ ସେଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ୩୭୦ ଧାରା ଉଚ୍ଛେଦ ହେବାର ପ୍ରାୟ ୪ ବର୍ଷ ପରେ ଏହି ଅଗ୍ରଗତି ଘଟିଛି। ୩୭୦ ଧାରା ଉଚ୍ଛେଦ ବିରୋଧରେ ଆଉ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ପିଟିସନ ବିଚାରାଧୀନ ରହିଛି। ଏହା ପୂର୍ବରୁ ୭ ଜଣିଆ ସମ୍ବିଧାନ ବେଞ୍ଚକୁ ମାମଲା ସ୍ଥାନାନ୍ତର ପାଇଁ କରାଯାଇଥିବା ଆବେଦନକୁ ମାର୍ଚ୍ଚ ୨୦୨୦ରେ ଶୁଣାଣି ସମୟରେ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦାଖଲ କରାଯାଇଥିବା ସଦ୍ୟ ସତ୍ୟପାଠରେ ଦର୍ଶାଯାଇଛି ଯେ, ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଅଧିକ ସ୍ଥିରତା ଆସିଛି। ଟେକାପଥର ଫିଙ୍ଗା ଓ ସ୍କୁଲ ବନ୍ଦ ହେବା ଘଟଣା ଏବେ ଅତୀତର ବିଷୟ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଏହି ସତ୍ୟପାଠ ଉପରେ ଯୁକ୍ତି ରଖିବା ପାଇଁ ମଙ୍ଗଳବାର ପିଟିସନରମାନେ ଅଧିକ ସମୟ ମାଗିଥିଲେ। ତେବେ ବାରମ୍ବାର ନୂଆ ସତ୍ୟପାଠ ଦାଖଲ ପରମ୍ପରାକୁ କୋର୍ଟ ନାପସନ୍ଦ କରିଥିଲେ। କେନ୍ଦ୍ର ସରକାରଙ୍କ ସଦ୍ୟ ସତ୍ୟପାଠରେ ସାମ୍ବିଧାନିକତା ପ୍ରଶ୍ନର ଉତ୍ତର ନାହିଁ ବୋଲି କୋର୍ଟ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ