ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୬ ଘଣ୍ଟା ଭିତରେ ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି।

ଟୁଇଟ୍‌ କରି ପାଣିପାଗ ବିଭାଗ ଲେଖିଛି: ଜୁନ୍‌ ୮ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗ‌ୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର୍‌ ଏବଂ ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍‌ ଦୂରରେ ରହିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ।

Image Courtesy of The Print

ପୂର୍ବରୁ ଜାରି କରିଥିବା ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଥିଲା, ଜୁନ୍‌ ୮ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗ‌ୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୬୦ କିଲୋମିଟର୍‌ ଏବଂ ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୯୧୦ କିଲୋମିଟର୍‌ ଦୂର ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ।

ଆରବ ସାଗରର ଏହି ବାତ୍ୟା ଉପଦ୍ରୁତ ଅଞ୍ଚଳକୁ ପ୍ରବେଶ ନ କରିବା ଲାଗି ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଥିଲା। ଏହାଛଡ଼ା, ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନେ କୂଳକୁ ଫେରିଆସିବାକୁ ମଧ୍ୟ ପାଣିପାଗ ବିଭାଗ ପୂର୍ବରୁ କହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ