ଅପରାଧ ଦେଶ ବିଦେଶ ରାଜନୀତି

୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ, ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ସିଦ୍ଧୁ

ନୂଆଦିଲ୍ଲୀ: ୩୪ବର୍ଷ ପୂର୍ବେ କରିଥିବା ଅପରାଧ ପାଇଁ ମିଳିଲା ଦଣ୍ଡ। ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ବୃଦ୍ଧଙ୍କ ମୃତ୍ୟୁ ହେବା ମାମଲାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଜେଲ ଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମେ’ ୧୫, ୨୦୧୮ରେ ୧,୦୦୦ଟଙ୍କା ଜରିମାନା ଦେବାକୁ କହି ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଛାଡ଼ିଦେଇଥିବା ବେଳେ ପୀଡ଼ିତଙ୍କ ପରିବାର ପୁର୍ନବିଚାର ପାଇଁ ଆବେଦନ କରିବା ପରେ ଏବେ କୋର୍ଟ ନିଜ ରାୟକୁ ବଦଳାଇଛନ୍ତି। ଏବେ ୧ବର୍ଷ ଜେଲରେ ରହିବେ ସିଦ୍ଧୁ। ଜଷ୍ଟିସ ଏଏମ ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

୨୦୧୮ରେ ଏହି ମାମଲାରେ ସିଦ୍ଧୁଙ୍କ ଉପରେ ୧,୦୦୦ ଟଙ୍କାର ଜରିମାନା ଲଗାାଇ ଛାଡ଼ିଦେଇଥିଲେ କୋର୍ଟ। କିନ୍ତୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଏକ ସମୀକ୍ଷା ଆବେଦନ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୫ରେ ସୁପ୍ରିମକୋର୍ଟ ନବଜୋତ ସିଂ ସିଦ୍ଧୁଙ୍କ ଦଣ୍ଡ ବୃଦ୍ଧି ପାଇଁ ପୀଡିତ ପରିବାର ପକ୍ଷରୁ କରାଯାଇଥିବା ସମୀକ୍ଷା ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଥିଲେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖା‌ଯାଇଥିଲା। ସିଦ୍ଧୁଙ୍କ ଦଣ୍ଡ ବୃଦ୍ଧି କରାଯିବା ଉଚିତ କି ନୁହେଁ ସେ ନେଇ ସୁପ୍ରିମକୋର୍ଟଙ୍କୁ ନିଷ୍ପତ୍ତି ନେବାର ଥିଲା। ଅନେକ ଆଲୋଚନା ପରେ ଆଜି ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।

ସୂଚନା ମୁତାବକ, ଘଟଣାଟି ଘଟିଥିଲା ୧୯୮୮ ମସିହାରେ। ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟ ରାସ୍ତା ମଝିରେ ନିଜ କାର ପାର୍କ କରିଥିଲେ। ଏହି ସମୟରେ ୬୫ ବର୍ଷିୟ ଗୁରୁନାମ ସିଂ ନିଜ କାର ନେଇ ସେହି ବାଟ ଦେଇ ଯାଉଥିବା ବେଳେ ରାସ୍ତା ମଝିରେ କାର ଥିବା ଦେଖି ସିଦ୍ଧୁଙ୍କୁ କାର ହଟାଇବାକୁ କହିଥିଲେ। ଏହା ଶୁଣି ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ଗୁରୁନାମଙ୍କୁ ମାଡ଼ ମାରିଥିଲେ। ଏହା ସହ ଗୁରୁନାମ ଯେମିତି ହସ୍ପିଟାଲ ଯାଇପାରିବେ ନାହିଁ, ସେ ନେଇ ସିଦ୍ଧୁ ଗୁରୁନାମଙ୍କ କାର୍ ଚାବି ଛଡ଼ାଇ ନେଇଥିଲେ। ଏହା ପରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର