ଦେଶ ବିଦେଶ ମନୋରଞ୍ଜନ

୨ ବର୍ଷ ପରେ ବଲିଉଡକୁ ଫେରିଲେ ଶାହରୁଖ, ତୃତୀୟ ଥର ପାଇଁ ଡବଲ ରୋଲରେ ଆସିବେ ନଜର, ବଦଳାଇଲେ ଲୁକ୍

ମୁମ୍ବାଇ ୨୪/୧୦: ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଏବେ ତାଙ୍କ ଲୁକ ପାଇଁ ଚର୍ଚାରେ ଅଛନ୍ତି। ଫିଲ୍ମ ‘ଜିରୋ’ର ଅସଫଳତା ପରେ ଶାହରୁଖ ବ୍ରେକ ନେଲେ ଓ ଦୁଇ ବର୍ଷ ବଡ଼ ପରଦା ଠାରୁ ନିଜକୁ ଦୂରେଇ ରଖିଲେ। ତେବେ ଏବେ ଦୁଇବର୍ଷ ପରେ ପୁଣି ଥରେ ପରଦାକୁ ଫେରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି।

ଦୁଇ ବର୍ଷ ବ୍ରେକ ପରେ ଗୋଟିଏ ଫିଲ୍ମ ନୁହେଁ ବରଂ ସେ ତିନିଟି ଫିଲ୍ମ ସାଇନ୍ କରିଛନ୍ତି। ଶାହରୁଖଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍ ଚର୍ଚା ଚାଲିଛି। ଏବେ ଶୁଣାଯାଉଛି ଶାହରୁଖ ଖାନ ସାଉଥ ଇଣ୍ଡିଆନ ଫିଲ୍ମ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତାଙ୍କ ଫିଲ୍ମରେ ସେ ଡବଲ ରୋଲରେ ନଜର ଆସିବେ।

ପ୍ରଥମଥର ପାଇଁ ସେ ସାଉଥ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତେବେ ଡୁପ୍ଲିକେଟ୍ ଓ ଡନ୍ ସିନେମା ପରେ ଶାହରୁଖ ତୃତୀୟ ଥର ପାଇଁ ଡବଲ ରୋଲରେ ନଜର ଆସିବେ। ଫିଲ୍ମରେ ଶାହରୁଖ ଉଭୟ ବାପା ଓ ପୁଅ ଭୂମିକା​‌ରେ ଅଭିନୟ କରିବେ। ଫିଲ୍ମରେ ଜେନେରେସନ ଗ୍ୟାପ ପ୍ରସଙ୍ଗ ଉପରେ ଜୋର ଦିଆଯିବ। ତେବେ ଫିଲ୍ମରେ ନିଜ ମେକଅପ ଉପରେ ବିଶେଷ ଗୁରୁତ୍ବ ଦେବେ ଶାହରୁଖ। ବାପା ଚରିତ୍ର ପାଇଁ ପ୍ରୋସ୍ଥେଟିକ୍ ମେକଅପ ବ୍ୟବହାର କରାଯିବ। ଏହା ଛଡ଼ା ଫିଲ୍ମ ‘ପଠାନରେ’ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିବେ। ଶାହରୁଖ ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ‘ପଠାନ’ର ସୁଟିଂ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ