କଳା ଓ ସଂସ୍କୃତି ରାଜ୍ୟ

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ପଞ୍ଚୁକରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ

ପୁରୀ ୧୩/୧୧ : ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତା ରବିବାର ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପ ଜିଲ୍ଲାପାଳ । ଆସନ୍ତା ସୋମବାର ପଞ୍ଚୁକ ଆରମ୍ଭ ଏବଂ ଲକ୍ଷ୍ମୀ ନାରାୟଣ ବେଶ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହା ସହିତ ରବିବାର ସାନିଟାଇଜେସନ ପାଇଁ ପୂର୍ବଭଳି ବନ୍ଦ ରହିବ ଜଗନ୍ନାଥ ଦର୍ଶନ ।

ଆସନ୍ତା ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ। ଏଥର ପଞ୍ଚୁକ ରେ ପଡୁନାହିଁ ନାଗାର୍ଜୁନ ବେଶ। ଭକ୍ତମାନେ ଭ୍ରାନ୍ତ ଧାରଣା ରେ ନପଶିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ତିତ ସୂର୍ଯ୍ୟନାରାୟଣ ରଥଶର୍ମା ଙ୍କ ଅନୁରୋଧ। ଶ୍ରୀ ମନ୍ଦିର‌ ମୁକ୍ତି ମଣ୍ଡପ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ। ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ବେଶ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,