ରାଜ୍ୟ ସ୍ପେଶାଲ ରିପୋର୍ଟ

୨୮କୋଟିରେ ସୁଦୃଶ୍ୟ କୋଠା: ଗୋଟିଏ ଛାତ ତଳେ ରହି‌ବେ ୪ଶହ ନିରାଶ୍ରୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଗୋଟିଏ ଛାତ ତଳେ ନିରାଶ୍ରିତଙ୍କୁ ମିଳିବ ଆଶ୍ରୟ। ନିଃସହାୟ ବୃଦ୍ଧବୃଦ୍ଧାଙ୍କୁ ମିଳିବ ସାହାରା। ସେମାନେ ବି ସଂଭ୍ରାନ୍ତଙ୍କ ଭଳି ସୁଦୃଶ୍ୟ କୋଠାରେ ରହିବେ। ଚିକିତ୍ସା ଓ ଅନ୍ୟ ସୁବିଧା ହାତପାଆନ୍ତାରେ ପାଇବେ। ଏଇ ଉଦ୍ଦେଶ୍ୟ ନେଇ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ସ୍ଥିତ ବାଙ୍ଗରରେ ନିର୍ମିତ ସମନ୍ବିତ ଭିତ୍ତିଭୂମି କ‌ମ୍ପ୍ଲେକ୍ସ (ଇଣ୍ଟିଗ୍ରେଟେଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର କମ୍ପ୍ଲେକ୍ସ) କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୨୮ କୋଟି ଟଙ୍କା ବିନିମୟରେ ନିର୍ମିତ ହୋଇଛି ବିଶାଳ କମ୍ପ୍ଲେକ୍ସ। ୪ଟି ବ୍ଲକ୍‌ ବିଶିଷ୍ଟ ଏହି କୋଠାରେ ୨୬୭ଟି କକ୍ଷ ରହିଥିବା ବେଳେ ଏହା ମଧ୍ୟରେ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବ୍ୟବସ୍ଥା ରହିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପାଇଁ ନିର୍ମାଣାଧୀନ ଏହି କମ୍ପ୍ଲେକ୍ସ ସେଣ୍ଟର ଅଫ୍‌ ଏକ୍ସେଲେନ୍ସ ବା ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ।

୨୫ ଏକର ପରିମିତ ଜମିରେ ୫-ଟି ଆକ୍ସନ ପ୍ଲାନ୍‌ ଅନୁସାରେ ଏହା ନିର୍ମିତ ହୋଇଛି। ଏହା ମଧ୍ୟରେ ଜରାଶ୍ରମ ସମେତ ମାନସିକ ବିକାରଗ୍ରସ୍ତ ଓ ନିରାଶ୍ରିତମାନଙ୍କ ପାଇଁ ରହିବାର ବନ୍ଦୋବସ୍ତ କରାଯାଇଛି। ଏହା ବ୍ୟତୀତ କମ୍ପ୍ଲେକ୍ସ ପରିସରରେ ଫିଜିଓଥେରାପି କେନ୍ଦ୍ର, ଦୃଷ୍ଟିବାଧିତ, ବଧିର ଓ ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ୍‌, ମେଡିକାଲ୍‌ ୟୁନିଟ୍ ରହିଛି। ପିଲା ଓ ବୃଦ୍ଧବୃଦ୍ଧାମାନଙ୍କ ଅବସର ବିନୋଦନ ପାଇଁ ଖେଳପଡ଼ିଆ, କ୍ରୀଡ଼ା ଭିତ୍ତିଭୂମି, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମଣ୍ଡପ ମଧ୍ୟ ରହିଛି।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣାଙ୍କ କହିବା ମୁତାବକ, ଏହି କମ୍ପ୍ଲେକ୍ସ ମଧ୍ୟରେ ମୋଟ୍‌ ୪୦୦ ଜଣ ଅନ୍ତେବାସୀ ରହିବାର ବନ୍ଦୋବସ୍ତ କରାଯିବ। ପୁରୀରେ ୮ଟି ସଂଗଠନ ୧୩ଟି କେନ୍ଦ୍ର ପରିଚାଳନା କରୁଥିବା ବେଳେ ସମସ୍ତଙ୍କୁ ଗୋଟିଏ ଛାତ ତଳେ ଚାକଚକ୍ୟ ପରିବେଶରେ ରହିବାର ସୁବିଧା ଯୋଗାଇ ଦିଆଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।