ମନୋରଞ୍ଜନ

୨୭ ବର୍ଷ ପରେ ବି ସଲମାନଙ୍କୁ ଭୁଲି ପାରିନାହାଁନ୍ତି ସଂଗୀତା ବିଜଲାନୀ, କହିଲେ କିପରି ଅଛି ତାଙ୍କ ସହ ସମ୍ପର୍କ

ନୂଆଦିଲ୍ଲୀ ୨୦/୦୯: ମଡେଲିଂ ଦିନରେ ‘ବିଜଲି’ ଭାବରେ ଜଣାଶୁଣା ସଂଗୀତା ବିଜଲାନୀଙ୍କୁ ପ୍ରାୟତଃ ସମସ୍ତେ ଜାଣନ୍ତି। ପ୍ରଫେସନାଲ୍ ଲାଇଫ୍ ଅପେକ୍ଷା ତାଙ୍କ ପର୍ସନାଲ୍ ଲାଇଫ୍ ଅଧିକ ଆଲୋଚନାରେ ରହିଥାଏ। ସଂଗୀତା ତାଙ୍କ କ୍ୟାରିୟର ଅପେକ୍ଷା ସଲମାନ ଖାନଙ୍କ ସହ ତାଙ୍କ ଆଫେୟାର୍‌କୁ ନେଇ ଅଧିକ ଜଣାଶୁଣା। କେବେ ସୁପରଷ୍ଟାର ସଲମାନ ଖାନଙ୍କୁ ଡେଟ୍ କରିଥିବା ବିଜଲାନି ତାଙ୍କ ସମ୍ପର୍କ ବିଷୟରେ ବର୍ତ୍ତମାନ ଖୋଲାଖୋଲି ଭାବେ କହିଛନ୍ତି।

ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ଏବେ ଦୀର୍ଘଦିନ ପରେ ସଲମାନଙ୍କ ସହ ତାଙ୍କର ସମ୍ପର୍କ କିପରି ଅଛି ସଂଗୀତା କହିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଆପଣ ଦୀର୍ଘ ଦିନରୁ ଜାଣିଥିବା ଲୋକଙ୍କ ସହ ବନ୍ଧୁତା କରିବା ଭଲ। ଦୋସ୍ତି କି ହୈ… ନିଭାନି ତୋ ପଡେଗି।’

ଏହାପୂର୍ବରୁ ସଂଗୀତା କହିଥିଲେ ଯେ କିଛି ସମ୍ପର୍କ ଭାଙ୍ଗେ ନାହିଁ। ପାର୍ଟନର୍ ଏବଂ ସ୍କୁଲ ସାଙ୍ଗମାନଙ୍କ ମଧ୍ୟରେ ଥିବା ପ୍ରେମ କଦାପି କମ୍ ହୁଏ ନାହିଁ, ଲୋକମାନେ ଆସିବେ ଏବେ ଯିବେ।

ସଂଗୀତା ଏବଂ ସଲମାନ ୧୯୮୬ ରେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ରିଲେସନ୍‌ରେ ଥିଲେ। ଏହି ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା ​​କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ବିବାହକୁ କ୍ୟାନ୍ସଲ୍ କରି ଦେଇଥିଲେ। ସଲମାନ ଖାନ ତାଙ୍କର ଅନେକ ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି ଯେ କାର୍ଡ ଛପା ହୋଇ ଅନେକ ସ୍ଥାନରେ ବଣ୍ଟା ହୋଇଥିଲେ ମଧ୍ୟ ବିବାହ ହୋଇପାରିନଥିଲା। ୧୯୯୬ ରେ ସଂଗୀତା କ୍ରିକେଟର ମୋ. ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ