ରାଜ୍ୟ ସ୍ପେଶାଲ ରିପୋର୍ଟ

୨୭ରୁ ‘ଶ୍ରୀକ୍ଷେତ୍ର ମହୋତ୍ସବ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ପୁରୀର ବୃହତ ସାଂସ୍କୃତିକ ଉତ୍ସବ ‘ଶ୍ରୀକ୍ଷେତ୍ର ମହୋତ୍ସବ’ ଆସନ୍ତା ୨୭ ତାରିଖରୁ ଶରଧାବାଲିରେ ଅନୁଷ୍ଠିତ ହେବ। ୫ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ‌ମହୋତ୍ସବରେ ଜାଗା ଆଖଡ଼ାର ପାରମ୍ପରିକ କଳା ସହ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବେ।

ଏଥିସହ ଏକ ପଲ୍ଲୀଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି। ଶ୍ରୀକ୍ଷେତ୍ର ମହୋତ୍ସବ ପରିପ୍ରେକ୍ଷୀରେ କଳାକାରଙ୍କ ଏକ ବିରାଟ ପଟୁଆର ବାହାରିବ। ଏହା ଜହ୍ନିମୁଣ୍ଡିଆ ଛକଠାରୁ ବାହାରି ସିଂହଦ୍ବାର ଦେଇ ଶରଧାବାଲିରେ ପହଞ୍ଚିବ। ପଲ୍ଲୀଶ୍ରୀ ମେଳା ସହ ଅନ୍ୟ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ବିଭିନ୍ନ ସବ୍‌କମିଟି ଗଢ଼ାଯାଇ କିଛି ବ୍ୟକ୍ତିବିଶେଷଙ୍କୁ ଦାୟିତ୍ବ ଦିଆଯାଇଛି। ଏନେଇ ମୋଚିସାହି ନୂଆ ତୋଟା ଜାଗା ଘର ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। କଟକ ବାଲିଯାତ୍ରା ଓ ବରିଗଡ଼ର ଧନୁଯାତ୍ରା ପରି ସରକାର ଏହି ପର୍ବକୁ ବାର୍ଷିକ କ୍ୟାଲେଣ୍ଡର୍‌ରେ ସ୍ଥାନିତ କରିବା ପାଇଁ ସଦସ୍ୟମାନେ ଦାବି କରିଥିବା ବେଳେ ଏ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି। ଏହି ବୈଠକରେ ୮ ସାହି ଆଖଡ଼ା ସମନ୍ବୟ ସମିତି ସଭାପତି ବାବାଜୀ ମହାପାତ୍ର, ସମ୍ପାଦକ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଦୋଳମଣ୍ଡପସାହି ଆଖଡ଼ା ସମ୍ପାଦକ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଦୋଳମଣ୍ଡପସାହି ଆଖଡ଼ା ସଭାପତି ନିରଂଜନ ସିଂହାରୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଦୁର୍ଗା ଦାସମହାପାତ୍ର, ସମାଜସେବୀ ଚକ୍ରଧନ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ସମେତ ଅନ୍ୟ ଜାଗା ଆଖଡ଼ାର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଶେଷରେ ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।