ରାଜ୍ୟ ସ୍ପେଶାଲ ରିପୋର୍ଟ

୨୫୦ ଆୟୁଷ ୱେଲ୍‌ନେସ୍ କେନ୍ଦ୍ରରେ ପାଳିତ ହେବ ଯୋଗ ଦିବସ

ଭୁବନେଶ୍ବର: ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ। ସୁସ୍ଥ ଜୀବନଯାପନ ସହିତ ଯୋଗକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହୋଇଆସୁଛି। ଓଡ଼ିଶାର ୨୫୦ଟି ଆୟୁଷ ସ୍ବାସ୍ଥ୍ୟ ଓ ୱେଲ୍‌ନେସ୍‌ କେନ୍ଦ୍ରରେ ଆସନ୍ତାକାଲି ଯୋଗ ଦିବସ ପାଳନ କରାଯିବ। ଏଥିପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ରାଜ୍ୟରେ ବର୍ତ୍ତମାନସୁଦ୍ଧା ୨୫୦ଟି ଆୟୁଷ ୱେଲ୍‌ନେସ୍‌ କେନ୍ଦ୍ର ରହିଛି। ରୂପାନ୍ତରିତ ହୋଇଥିବା ଆୟୁଷ ସ୍ବାସ୍ଥ୍ୟ ଓ ୱେଲ୍‌ନେସ୍‌ କେନ୍ଦ୍ରରେ ଯୋଗ ପ୍ରଶିକ୍ଷକ ଓ ପ୍ରଦର୍ଶକ ନିଯୁକ୍ତ ହୋଇଛନ୍ତି। ଯୋଗ ଦିବସ ପାଇଁ ପ୍ରତ୍ୟେକ କେନ୍ଦ୍ରରେ ୫୦-୧୦୦ ଲୋକଙ୍କ ସମାଗମ ହେବ। ଏଥିପାଇଁ ପ୍ରତ୍ୟେକ ୱେଲ୍‌ନେସ୍‌ କେନ୍ଦ୍ରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୧ଘଣ୍ଟା ପାଇଁ ଏଠାରେ ଲୋକମାନଙ୍କୁ ଯୋଗ ଶିକ୍ଷା ଦିଆଯିବ।
ସେହିପରି ରାଜ୍ୟରେ ବର୍ତ୍ତମାନସୁଦ୍ଧା ୧୩ଟି ଆୟୁଷ ଗ୍ରାମ ରହିଛି। ଏହି ଗ୍ରାମ ଗୁଡ଼ିକରେ ପ୍ରତି ୧-୨ମାସ ବ୍ୟବଧାନରେ ସମନ୍ବିତ ଆୟୁଷ ସେବା ପ୍ରଦାନ କରାଯାଉଛି। ଏହି ଆୟୁଷ ଗ୍ରାମରେ ମଧ୍ୟ ସ୍ବତନ୍ତ୍ରଭାବେ ଯୋଗ ଦିବସ ପାଳନ ହେବ। ଏଥିପାଇଁ ପ୍ର‌ତି ଆୟୁଷ ଗ୍ରାମକୁ ୩୦ହଜାର ‌ଟଙ୍କା ଲେଖାଏ ପ୍ରଦାନ କରାଯାଇଛ

ଅପରପକ୍ଷରେ ରାଜ୍ୟରେ ୭ଟି ଆୟୁଷ ମେଡିକାଲ କଲେଜ ରହିଛି। କେବଳ ବ୍ରହ୍ମପୁରସ୍ଥିତ ଆୟୁଷ ମେଡିକାଲ କଲେଜକୁ ବାଦ୍ ଦେଲେ ଅନ୍ୟ ୬ଟି କଲେଜରେ ଯୋଗ ଦିବସ ପାଳନ ହେବ। ପ୍ରତି ମେଡିକାଲ କଲେଜକୁ ଏଥିପାଇଁ ୬୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଚଳିତବର୍ଷ ଆୟୁଷ ହସ୍ପିଟାଲଗୁଡ଼ିକୁ ଯୋଗ ଦିବସ ପାଳନରୁ ବାଦ୍ ପଡ଼ିଛନ୍ତି। ଏହା ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଆସନ୍ତାକାଲି ଯୋଗ ଦିବସ ପାଳନ କରାଯିବ ବୋଲି ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ଏକାଧିକ ପାର୍କରେ ନିୟମିତଭାବେ ଯୋଗ ଶିକ୍ଷା ଦିଆଯିବାକୁ ବହୁ ପୂର୍ବରୁ ଘୋଷଣା ହୋଇଥିଲା। ମାତ୍ର ଏହା ବିଫଳ ହୋଇଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ଜାତୀୟ ଆୟୁଷ ମିସନ(ଏନ୍‌ଏଏମ୍‌)ର ଆଇଇସି(ସୂଚନା, ଶିକ୍ଷା ଓ ଯୋଗାଯୋଗ)ରେ ଥିବା ଅର୍ଥରୁ ବିଭିନ୍ନ ମେଡିକାଲ କଲେଜ ଓ ଆୟୁଷ ୱେଲ୍‌ନେସ୍‌ କେନ୍ଦ୍ରରୁ ଯୋଗ ଦିବସ ପାଇଁ ଅର୍ଥ ଦିଆଯାଇଛି। ୧ ଘଣ୍ଟା ପାଇଁ ଯୋଗ ପ୍ରଶିକ୍ଷକମାନେ ଲୋକମାନଙ୍କୁ ଯୋଗ ସମ୍ବନ୍ଧରେ ଶିକ୍ଷା ଦେବେ। ତେବେ କଳିଙ୍ଗ ଷ୍ଟାଡିୟମ୍‌ ହେଉ ବା ସହିଦ ନଗର ପାର୍କରେ ଯୋଗ ଶିକ୍ଷା ପାଇଁ ଉଦ୍ୟମ ହୋଇଥିଲା। କେତେକ ସମସ୍ୟା ପାଇଁ ଏହା ସମ୍ଭବ ହୋଇପାରିନାହିଁ। ବାଲେଶ୍ବର, କଟକ, ବଲାଙ୍ଗୀର ଓ ଆୟୁଷ କଲେଜଗୁଡ଼ିକରେ ଯୋଗ ଶିକ୍ଷା ଦିଆଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।