ଖେଳ ଦେଶ ବିଦେଶ

୨୪ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ, ପିସିବି ଜାରି କଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ ୦୮।୧୧: ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ କ୍ରିକେଟ୍ ପାଇଁ ଭଲ ଖବର । ଯେଉଁଠି ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ୍ କରିଛନ୍ତି, ସେଠାରେ ଅଷ୍ଟ୍ରେଲିଆ ପାକିସ୍ତାନ ଗସ୍ତ କରି ପୂରା ସିରିଜ୍ ଖେଳିବାକୁ ପ୍ରସ୍ତୁତି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତର ପୂରା କାର୍ଯ୍ୟସୂଚୀ ଜାରି କରିଛି। ଅଷ୍ଟ୍ରେଲିଆର ଏହି ଗସ୍ତ ପାକିସ୍ତାନ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ। ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଯିବ । ଏହା ପୂର୍ବରୁ ଦଳ ୧୯୯୮ରେ ପାକିସ୍ତାନ ଗସ୍ତ କରିଥିଲା।

ଏହି ଗସ୍ତରେ ଅଷ୍ଟ୍ରେଲିଆ ଦଳ ଘରୋଇ ପାକିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ, ତିନୋଟି ଟେଷ୍ଟ ଏବଂ ଗୋଟିଏ ମ୍ୟାଚର ଟି-୨୦ ସିରିଜ୍ ଖେଳିବ । ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ବର୍ଷ ମାର୍ଚ୍ଚ ୩ରୁ ମାର୍ଚ୍ଚ ୭ ମଧ୍ୟରେ କରାଚିରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମାର୍ଚ୍ଚ ୧୨ ରୁ ୧୬ ଏବଂ ତୃତୀୟ ଟେଷ୍ଟ ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟଚ୍ ମାର୍ଚ୍ଚ ୨୯, ଦ୍ଵିତୀୟ ମାର୍ଚ୍ଚ ୩୧ ଏବଂ ତୃତୀୟ ଏପ୍ରିଲ ୨ରେ ଲାହୋରରେ ଖେଳାଯିବ। ଏକ ମାତ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଏପ୍ରିଲ ୫ରେ ଲାହୋରରେ ଖେଳାଯିବ। ତିନି ମ୍ୟାଚ୍ର ଟେଷ୍ଟ ସିରିଜ୍ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଅଂଶବିଶେଷ ରହିବ। ଆଉ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଇସିସି ବିଶ୍ଵ କପ୍ ସୁପର ଲିଗର ଅଂଶ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ