ରାଜ୍ୟ

୨୪ରେ ଓଡ଼ିଶାରେ ପରିବର୍ତ୍ତନ ହେବ: ବିଶ୍ବେଶ୍ବର ଟୁଡୁ

ଭଦ୍ରକ: ଭଦ୍ରକରେ ବୁଧବାର ବିଜେପିର ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଆସି  ସହୀଦ୍ ଭଗତ୍ ସେନାର ମୁଖ୍ୟ ସମାଜସେବୀ ସୀତାଂଶୁ ମହାପାତ୍ର ଗାନ୍ଧି ପଡିଆଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବହୁ ଦିନରୁ ସୀତାଂଶୁ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ସେ ପଦ୍ମ ଧରିଛନ୍ତି।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ସୀତାଂଶୁ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କର ହଜାର ହଜାର ସମର୍ଥକ ମଧ୍ୟ ବିଜେପିରେ ଯୋଗଦେଇଥିଲେ। ବିଜେପିରେ ଯୋଗଦେବା ପରେ  ସୀତାଂଶୁ ନିଜ ପ୍ରତିକ୍ରିୟାରେ କହିଲେ, ଯଶ୍ବସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି। ଦଳ ତାଙ୍କୁ ଆଗାମୀ ଦିନରେ ଯାହା ଦାୟୀତ୍ବ ଦେବ ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ତାହା ପାଳନ କରିବେ। ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ସୀତାଂଶୁ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନହେଲେ ଭଦ୍ରକବାସୀ ଆଗାମୀ ୨୦୨୪ ନିର୍ବାଚନରେ ଏହାର ଏହାର ଦୃଢ ଜବାବ ରଖିବେ ବୋଲି ସୀତାଂଶୁ କହିଛନ୍ତି। ଭଦ୍ରକର  କୁଆଁଶସ୍ଥିତ ସିଦ୍ଧି ବିନାୟକ ମନ୍ଦିର ନିକଟରୁ ପୂଜା ଅର୍ଚ୍ଚନା କରୁ ସୀତାଂଶୁ ଏକ ବିଶାଳ ଶୋଭାଯାତ୍ରାରେ ନିଜର ସମର୍ଥକଙ୍କ ଗହଣରେ ଭଦ୍ରକର ଗାନ୍ଧୀ ପଡିଆସ୍ଥିତ ମିଶ୍ରଣ ପର୍ବରେ ପହଞ୍ଚିଥିଲେ। ଏଇ ଶୋଭାଯାତ୍ରାରେ ହଜାର  ହଜାର ସମର୍ଥକ ଯୋଗଦେଇଥିବା ବେଳେ ଜୟ ଶ୍ରୀ ରାମ ଧ୍ବନୀରେ ପ୍ରକଂପିତ ହୋଇଥିଲା ଭଦ୍ରକ ସହର  ଆଉ ଗାନ୍ଧୀ ପଡିଆର ସଭାସ୍ଥଳ।

ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ  ଆୟୋଜିତ  ଆଜିର ଏଇ ମିଶ୍ରଣ ପର୍ବରେ  ଜିଲ୍ଲା ସଭାପତି  ହେମନ୍ତ ପାଢୀ ସଭାପତିତ୍ବ କରିଥିବା ବେଳେ  କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ମୁଖ୍ୟ  ଅତିଥି ଭାବେ ଯୋଗଦେଇ କହିଲେ, ସୀତାଂଶୁ ବାବୁଙ୍କର ଏଇ ଯୋଗଦାନ ଭଦ୍ରକରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ। ସାରା ଓଡ଼ିଶା ଆଜିର ଏଇ ମିଶ୍ରଣ ପର୍ବକୁ ଦେଖୁଛି। ବିଭିନ୍ନ ଦଳର  ହଜାର ହଜାର କର୍ମୀ  ଆଜି ବିଜେପିର ନୀତି ଓ ଅଦର୍ଶକୁ ପାଥେୟ କରି ବିଜେପିରେ ମିଶୁଛନ୍ତି। ୨୩ ବର୍ଷର ଭ୍ରଷ୍ଟାଚାରୀ ଓ କଳଙ୍କିତ ସରକାରର ପତନ ନିଶ୍ଚୟ ହେବ। ୨୪ରେ ଓଡିଶାରେ ନିଶ୍ଚିତ ଭାବେ ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ  ଶ୍ରୀ ଟୁଡୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏହି ସଭାରେ ଅନ୍ୟତମ ବରେଣ୍ୟ ଅତିଥି ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଯୋଗଦେଇ କହିଲେ, ଆଜି ଭଦ୍ରକରେ ଏ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ଆହୁରି ହଜାର ହଜାର ସଂଖ୍ୟାରେ ଲୋକ ବିଜେପିରେ ସାମିଲ ହେବେ। ସହିଦ୍ ଭଗତ ସେନାର ମୁଖ୍ୟ ସୀତାଂଶୁ ଆଜି ନିଜର  ସମର୍ଥକଙ୍କ ଗହଣରେ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପିର ବିଚାରାଧାରା, ନୀତି ଆଦର୍ଶ ଓ  ଭାରତ ବର୍ଷର ଯ‌ଶ୍ବଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଆଉ ତାଙ୍କର ନୀତି ଆଦର୍ଶ ଓ ବିଚାର ଧାରାକୁ ପାଥେୟ କରି ବିଭିନ୍ନ ଦଳରୁ ବହୁ କର୍ମୀ ଓ ନେତା ବିଜେପିରେ ଯେଗାଦେଇଛନ୍ତି। ଲୋକ ମନ ସ୍ଥିର କରି ସାରିଲେଣି ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓଡ଼ିଶାର ଏ ଭ୍ରଷ୍ଟାଚାରୀ ସରକାରର ପତନ ଘଟାଇବେ। ୨୪ରେ ଓଡ଼ିଶାରେ ବିଜେପି ସରକାର କରିବ। ବିଜେପି ଆସିଲେ ଲୋକଙ୍କକୁ  ଚିଟ୍ ଫଣ୍ଡ ଟଙ୍କା  ଫେରସ୍ତ କରାଯିବ ବୋଲି ମନମୋହନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ମିଶ୍ରଣ ପର୍ବରେ ଅନ୍ୟତମ ଅତିଥି ଧାମନଗରର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଯୋଗଦେଇ କହିଲେ, ଏ ମିଶ୍ରଣ ପର୍ବ ଆରମ୍ଭ ମାତ୍ର।  ଆଗକୁ  ଆହୁରି ହଜାର ହଜାର ସଂଖ୍ୟାରେ ଲୋକ  ବିଜେପିରେ ମିଶିବେ। ଭାରତ ବର୍ଷର ଯଶ୍ବଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା ଓ ଆସ୍ଥା ରଖି ଅନେକ ଲୋକ ବିଜେପିରେ ସାମିଲ ହେବେ।  ଆଗାମୀ ୨୪ରେ ଭାରତବର୍ଷରେ  ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି   ସୂର୍ଯ୍ୟବଂଶୀ ନିଜର ମତ ରଖିଥିଲେ। ଏଇ  ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ  ବିଜେପି ନେତା ଛୋଟେଲାଲ ମହନ୍ତ, ଅଭିମନ୍ୟୁ ସେଠୀ, ପଞ୍ଚାନନ ରାଉତ, ଡା ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ମାଧବାନନ୍ଦ ମଲ୍ଲିକ, ସୁଧାଂଶୁ ନାୟକ, ବଦ୍ରୀନାରାୟଣ ଧଳ, ଜିଲ୍ଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ବିଦ୍ୟାଧର ସାହୁ, ମନସ୍ମିତା ଖୁଣ୍ଟିଆ, ଜଗନ୍ନାଥ ଦାସ, ମନୋଜ ମଲ୍ଲିକ, ଦେବାଂଶୁ ରାଉତ, ବିକାଶ ପାଢୀ, ଅମ୍ବିକା ଦାସ, ଶରତ ପଢିହାରି, ବାମଦେବ ଦାସ ପ୍ରମୁଖ  ଯୋଗଦେଇଥିବା ବେଳେ   ଜିଲ୍ଲା  ସାଧାରଣ ସଂପାଦକ ଶଶିକାନ୍ତ ବିଶ୍ବାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।