ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ

ନୂଆଦିଲ୍ଲୀ: ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଅର୍ଥାତ୍‌ ଦେଶର ମୋଟ ଜଙ୍ଗଲର ୬ ପ୍ରତିଶତ ନଷ୍ଟ ହୋଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସର୍ବାଧିକ ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ ନିଆଁ ଲାଗି ଜଙ୍ଗଲ ଧ୍ବଂସ ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି। ଗ୍ଲୋବାଲ୍‌ ଫରେଷ୍ଟ ୱାଚ୍‌ (ଜିଏଫ୍‌ଡବ୍ଲୁ) ପକ୍ଷରୁ ଜିପିଏସ୍‌ ଟ୍ରାକିଂ ଓ ସାଟେଲାଇଟ୍‌ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ, ୨୦୦୨ରୁ ୨୦୨୩ ମଧ୍ୟରେ ଦେଶର ୪ଲକ୍ଷ ୧୪ହଜାର ହେକ୍ଟର ଆର୍ଦ୍ର ପ୍ରାଥମିକ ଜଙ୍ଗଲ ନଷ୍ଟ ହୋଇଛି। ୨୦୧୩ରୁ ୨୦୨୩ ମଧ୍ୟରେ ସର୍ବାଧିକ ପ୍ରାକୃତିକ ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି। ୨୦୧୭ରେ, ସର୍ବାଧିକ ୧ଲକ୍ଷ ୮୯ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ୨୦୧୬ରେ ୧ଲକ୍ଷ ୭୫ ହଜାର ହେକ୍ଟର ଓ ୨୦୨୩ରେ ୧ଲକ୍ଷ ୪୪ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି।

୨୦୦୧ରୁ ୨୦୨୩ ମଧ୍ୟରେ ଯେତିକି ଜଙ୍ଗଲ ନଷ୍ଟ ହୋଇଛି ଏହା ମଧ୍ୟରୁ ୬୦ ପ୍ରତିଶତ ଜଙ୍ଗଲ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ନଷ୍ଟ ହୋଇଛି। ସେହିଭଳି ‘ଫୁଡ୍‌ ଆଣ୍ଡ ଆଗ୍ରିକଲ୍‌ଚର ଅର୍ଗନାଇଜେସନ୍‌’ (ଏଫ୍‌ଏଓ) ପକ୍ଷରୁ ଅନୁରୂପ ପ୍ରସଙ୍ଗରେ ପ୍ରକାଶିତ ରିପୋର୍ଟ ମଧ୍ୟ ଏହି ତଥ୍ୟକୁ ଆହୁରି ସ୍ପଷ୍ଟ କରିଛି। ଏଫ୍‌ଏଓ ରିପୋର୍ଟ ଅନୁସାରେ, ୨୦୦୨ରୁ ୨୦୨୨ ମଧ୍ୟରେ ଦେଶରେ ୩୫,୯୦୦ ହେକ୍ଟର ଜଙ୍ଗଲ ନିଆଁ ଲାଗିବାରୁ ନଷ୍ଟ ହୋଇଛି। ୨୦୦୮ରେ ଜଙ୍ଗଲ ନିଆଁ ଯୋଗୁଁ ସର୍ବାଧିକ ୩ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଓଡ଼ିଶାରେ ସର୍ବାଧିକ ଜଙ୍ଗଲ, ଅର୍ଥାତ୍‌ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବଳେ ଅରୁଣାଚଳ ପ୍ରଦେଶରେ ବାର୍ଷିକ ହାରାହାରି ୧୯୮ ହେକ୍ଟର, ନାଗାଲ୍ୟାଣ୍ଡରେ ୧୯୫ ହେକ୍ଟର, ଆସାମରେ ୧୧୬ ହେକ୍ଟର, ମେଘାଳୟରେ ୯୭ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ