ଦେଶ ବିଦେଶ ମନୋରଞ୍ଜନ

୨୨ ତମ ମହଲାରୁ ପଡି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ, ହତ୍ୟା ନା ଆତ୍ମହତ୍ୟା ?

ନୂଆଦିଲ୍ଲୀ ୨୧/୧୨: ଇଡଲି ପ୍ରାଇଡ୍, ଏବଂ କନଭେନିଏନ୍ସ ଷ୍ଟୋର ବଏଫ୍ରେଣ୍ଡ୍ସରେ ଭଏସ୍ ଓଭର ପାଇଁ ଜଣାଶୁଣା ଜାପାନୀ ଅଭିନେତ୍ରୀ ସାୟାକା କାଣ୍ଡାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ହୋଟେଲର ୨୨ ତମ ମହଲାରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ ଏହାକୁ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ବୋଲି କହୁଛି।

ଖବର ଅନୁଯାୟୀ, ସାୟାକା ହୋଟେଲ ବାହାରେ ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ କୋଠରୀ ୨୨ ତମ ମହଲାରେ ଥିଲା ଏବଂ ସେ ସେଠାରୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ବର୍ତ୍ତମାନ ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହୁଛି କିନ୍ତୁ ସାୟାକାଙ୍କ ସାଙ୍ଗମାନେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିପାରିବେ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ