ରାଜ୍ୟ ସ୍ପେଶାଲ ରିପୋର୍ଟ

୨୧ରୁ ଓଡିଶାର କିଛି ସ୍ଥାନରେ ବର୍ଷା ! ୨୩ରୁ ବଢିବ ଶୀତ

ଭୁବନେଶ୍ୱର ୨୧।୧୧ : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଉପକୂଳରେ ୨୩ ଓ ୨୪ ତାରିଖରେ କୁହୁଡ଼ି ସମ୍ଭାବନା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ୨୧ ଓ ୨୨ ତାରିଖ ଦକ୍ଷିଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଦେଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ୨୨ ଯାଏ ପାଗ ଅପରିବର୍ତ୍ତିତ ରହିବ ।

ଆଭ୍ୟନ୍ତର ଅଞ୍ଚଳରେ ୨୧ ତାରିଖ ରାତିରେ ତାପମାତ୍ରା ୨ ଡିଗ୍ରୀ ବଢିବ । ପର ଦୁଇ ଦିନ ଯାଏ ଏହା ବଦଳିବନି । ୨୪ସୁଦ୍ଧା ଏହା ୨ ଡିଗ୍ରୀ କମିବ । ୨୬ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ପାଗ ଶୁଖିଲା ଓ ରାତିରେ କମ୍‌ ଶିଶିର ପଡୁଥିବାରୁ ଫସଲରେ ରୋଗ ପୋଗ କମ୍‌ ରହିବ । ଧାନରେ ଚକଡା ପୋକ ଲାଗିବାର ଆଶଙ୍କା ନାହିଁ । ପନିପରିବାରେ ଜଉ ପୋକ ଲାଗିପାରେ ବୋଲି ସେ ସତର୍କ କରାଇଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ବର୍ଷା ହୋଇପାରେ । ଜି ଉଦୟଗିରି ଓ ସିମିଳିଗୁଡ଼ାରେ ରବିବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ରହିଛି । କିରେଇରେ ୯.୫, ଫୁଲବାଣୀରେ ୯.୬, କୋରାପୁଟରେ ୧୦, କେନ୍ଦୁଝରରେ ୧୦, ଦାରିଙ୍ଗିବାଡ଼ିରେ ୧୦, ଭବାନୀପାଟଣାରେ ୧୦.୬, ଝାରସୁଗୁଡ଼ାରେ ୧୦.୮, ସୁନ୍ଦରଗଡ଼ରେ ୧୨.୫ ଓ ଅନୁଗୁଳରେ ପାରଦ ୧୨.୬ ଡିଗ୍ରୀ ରହିଛି । ରାଜ୍ୟରେ ୧୨ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।