ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି: ନିନ୍ଦା କଲା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ

ଭୁବନେଶ୍ବର: ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍।
ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦ ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ। ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ, ବିନା ବାଧାବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ। ବିଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ। ଯୋଜନାଭିତ୍ତିକ ନିଯୁକ୍ତି ହେବ। ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛି କି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ, କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ଆମେ ବିଜ୍ଞପ୍ତିରେ ଦେଇଛୁ।

ନିଯୁକ୍ତି ସମ୍ପର୍କରେ ଆବେଦନକାରୀ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନ କରି କେବଳ ଓସେପା ୱେବ ସାଇଟରୁ ତଥ୍ୟ ନେବାକୁ ଗଣଶିକ୍ଷା ସଚିବ ପରାମର୍ଶ ଦେଇଛନ୍ତି।

ଏଣେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ନୂଆ ପ୍ରକ୍ରିୟାରେ କେଉଁମାନେ ଯୋଗ୍ୟ ବିବେଚିତ ହେବେ, ତାଙ୍କର ଟର୍ମ ଆଣ୍ଡ କଣ୍ଡିସନ କଣ ରହିବ ଓସେପା ସେ ଦିଗରେ କାର୍ଯ୍ୟ କରୁଛି।୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀ ଏପରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି। ହାଇସ୍କୁଲ କ୍ଷେତ୍ରରେ କଣ ନିୟମ ଥିଲା, କଣ ହୋଇଛି ତାକୁ ସମସ୍ତେ ଜାଣିଛନ୍ତି। ଯାହା ସରକାରଙ୍କ ନୀତିଗତ ନିଷ୍ପତ୍ତି ହେବ ସେହି ଅନୁସାରେ କାମ ହେବ।

ତେଣେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ। ସଂଘର ସଭାପତି ବିଜୟ ମଲ୍ଲ କହିଛନ୍ତି, ବିଭାଗ କୋଡ଼ିଏ ହଜାର ଶିକ୍ଷକଙ୍କ ଲାଗି ନିଯୁକ୍ତି ପ୍ରକାଶ କରିଛି, ସେଥିପାଇଁ ରାଜ୍ୟ ସରକାରଙ୍କୁ ସ୍ୱାଗତ କରୁଛୁ। କିନ୍ତୁ ପୁଣି ଥରେ ଚୁକ୍ତିଭିତ୍ତିକ ନିଯୁକ୍ତି ଏହା ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରିବା ପରେ ପୁଣି ଏହାକୁ ଆଉ ଥରେ ଲାଗୁ କରିବା ଅତ୍ୟନ୍ତ ଦୁଃଖଦାୟକ। ଆମେ ଏହାକୁ ନିନ୍ଦା କରୁଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।