ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦% ଇଥାନଲ୍‌ ମିଶା ‌ପେଟ୍ରୋଲ୍ ବିକ୍ରି ଆରମ୍ଭ, ଓଡ଼ିଶାରେ ଏବେ ମିଳିବନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ/ ଭୁବନେଶ୍ବର : ଆଜିଠାରୁ ଦେଶର ୮୪ଟି ପେଟ୍ରୋଲ୍‌ ପମ୍ପ୍‌ରେ ୨୦ ପ୍ରତିଶତ ଇଥାନଲ୍‌ ମିଶା ପେଟ୍ରୋଲ୍‌ ବିକ୍ରି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ରହିଛି। ସାରା ଦେଶରେ ୩୬ ହଜାରରୁ ଅଧିକ ପେଟ୍ରୋଲ୍‌ ପମ୍ପ୍ ଥିବା ବେଳେ ମାତ୍ର ୮୪ଟି ପମ୍ପ୍‌ରେ ଏହି ତେଲ ମିଳିବ। ୨୦ ପ୍ରତିଶତ ଇଥାନଲ୍ ମିଶା ପେଟ୍ରୋଲ୍‌କୁ ଇ-୨୦ କୁହାଯାଉଛି। ଇ-୨୦ ବିକ୍ରି ଆସନ୍ତା ଏପ୍ରିଲ୍‌ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ନିର୍ଧାରିତ ସମୟ ସୀମାର କିଛି ମାସ ପୂର୍ବରୁ ଆଜି ବେଙ୍ଗାଲୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ବିକ୍ରି ଶୁଭାରମ୍ଭ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ଟି ସହରର କିଛି ହାତଗଣତି ‌ପେଟ୍ରୋଲ୍ ପମ୍ପ୍‌ରେ ଏହି ତେଲ ମିଳିବ। ଦୁଇ ବର୍ଷ ଭିତରେ ସାରା ଦେଶରେ ଇ-୨୦ ପେଟ୍ରୋଲ୍‌ ବିକ୍ରି ହେବ। ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ୨୦% ଇଥାନଲ୍‌ ମିଶା ପେଟ୍ରୋଲ୍ ବିକ୍ରି ଲାଗି ପୂର୍ବରୁ ଯୋଜନା ଥିଲା। ସେହି ସମୟ ସୀମାକୁ ୨୦୨୫କୁ କମାଇ ଦିଆଯାଇଥିଲା। ତାହାର ବହୁ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରାଯାଇଥିଲା। ପେଟ୍ରୋଲ୍‌ରେ ୧୦% ଇଥାନଲ୍ ମିଶ୍ରଣ କରାଯିବା ପରେ ସରକାର ତେଲ ଆମଦାନିରେ ହେଉଥିବା ୫୩,୮୯୪ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଗାଡ଼ି ପ୍ରଦୂଷଣକୁ କମ୍ କରିବାରେ ଇଥାନଲ୍‌ ମିଶା ପେଟ୍ରୋଲ୍‌ ସହାୟକ ହେବ। ଇ-୨୦ ପେଟ୍ରୋଲ୍‌ ବ୍ୟବହାର କଲେ ଦୁଇଚକିଆ ଗାଡ଼ିର ଅଙ୍ଗାରକାମ୍ଳ ନିର୍ଗମନ ୫୦% ଏବଂ ଚାରିଚକିଆରେ ୩୦% ହ୍ରାସ ପାଇବ।

ପେଟ୍ରୋଲ୍‌ରେ ୧୦% ଇଥାନଲ୍‌ ମିଶ୍ରଣ ଲକ୍ଷ୍ୟ ଗତବର୍ଷ ହାସଲ ହୋଇଥିଲା। ବର୍ତ୍ତମାନ ୧୨ ପ୍ରତିଶତ ଇଥାନଲ୍‌ ମିଶ୍ରଣରେ ପେଟ୍ରୋଲ୍‌ ବିକ୍ରି ହେଉଛି। ଓଡ଼ିଶାରେ ମଧ୍ୟ ସେହି ହାର ବଜାୟ ରହିଛି। କିନ୍ତୁ ୨୦ ପ୍ରତିଶତ ଇଥାନଲ୍‌ ମିଶା ପେଟ୍ରୋଲ୍‌ ବିକ୍ରି ଓଡ଼ିଶାରେ ଆରମ୍ଭ ହୋଇନଥିବା ଜଣାପଡ଼ିଛି। ଏଥିପାଇଁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ପାଖରେ କୌଣସି ସୂଚନା ପହଞ୍ଚିନାହିଁ। ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ ଗତବର୍ଷ ୧୦% ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ ହୋଇଥିଲା। ଏବେ ୧୨% ହାରରେ ତାହା ରହିଛି। ୨୦% ଇଥାନଲ୍‌ ମିଶ୍ରଣ ପେଟ୍ରୋଲ୍‌ ବିକ୍ରି ଲାଗି କୌଣସି ସୂଚନା ପହଞ୍ଚିନାହିଁ। ତେଲ କଂପାନିଗୁଡ଼ିକ ଆମକୁ ସେହି ତେଲ ଯୋଗାଇଲେ ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକରେ ତାହା ବିକ୍ରି ହେବ। ଇଥାନଲ୍ ଉତ୍ପାଦନ ଲାଗି ଦେଶର ବିଭିନ୍ନ ସ୍ଥାନରେ କାରଖାନା ସ୍ଥାପନ କରାଯାଉଛି। ଓଡ଼ିଶାର ବରଗଡ଼ରେ ଏକ କାରଖାନା ବସାଯାଉଛି। ବର୍ତ୍ତମାନ ଦେଶରେ ୧୦୩୭ ଲିଟର ଇଥାନଲ୍‌ ଉତ୍ପାଦନ ହେବା ଲାଗି ବ୍ୟବସ୍ଥା ରହିଛି। ସ୍ଥାପନ କରାଯାଉଥିବା ନୂଆ କାରଖାନା କାର୍ଯ୍ୟକ୍ଷମ ହେଲେ ଉତ୍ପାଦନ ବୃଦ୍ଧି ପାଇବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।