ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୨୩: ଅନୁଗୁଳ ଲାଗି ନୂତନ ଆଶା, ସମ୍ଭାବନା

ଅନୁଗୁଳ : ବିଦାୟ ନେଇଛି ୨୦୨୨। ଅନେକ ସ୍ବପ୍ନ ଓ ସମ୍ଭାବନା ସହ ପାଦ ଥାପିଛି ନୂଆବର୍ଷ-୨୦୨୩। ଆଉ ନୂଆ ବର୍ଷ ସହ ଅନୁଗୁଳ ପାଇଁ ସୃଷ୍ଟି ହୋଇଛି ଅନେକ ନୂତନ ଆଶା। ଏହି ୨୦୨୩ରେ ଅନୁଗୁଳ ଜିଲ୍ଲା ତା ୩୦ ତମ ଜନ୍ମଦିନ ପାଳିବାକୁ ଯାଉଥିଲାବେଳେ ଏହା ଜିଲ୍ଲାପାଇଁ ଏକ ସ୍ମରଣୀୟ ବର୍ଷ ହେବାକୁ ଯାଉଛି। ଏହି ନୂଆ ବର୍ଷରେ ଜାତୀୟ ରାଜପଥ ନିର୍ମାଣ ଶେଷ ହେବା ସହ ମେଡିକାଲ କଲେଜରେ ଚିକିତ୍ସା ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାସହିତ ଅନୁଗୁଳ ଓ ତାଳଚେର ପାଇଁ ବହୁ ନୂଆ ପ୍ରକଳ୍ପ ହାତକୁ ନିଆଯାଇଥିଲାବେଳେ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାରେ ଏହି ନୂଆ ବର୍ଷ ବେଶ୍‌ ଗୁରୁତ୍ବ ରଖୁଛି।

କରୋନା କଟକଣାରେ ବଂଚିଥିବା ଅନୁଗୁଳ ପଞ୍ଚାୟତ ନିର୍ବାଚନ ସହ ୨୦୨୨କୁ ସ୍ବାଗତ କରିଥିଲା। ପରେ କରୋନା କମିବାରୁ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହୋଇଥିଲା। ବିଭିନ୍ନ ଉନ୍ନୟନମୂଳକ କାମ ପୁଣି ଆରମ୍ଭ ହୋଇଥିଲା। ତେଣୁ ୨୦୨୩ରେ ଅନୁଗୁଳ ‌ଅନେକ ନୂଆ ପ୍ରକଳ୍ପ ପାଇବା ନିଶ୍ଚିତ। ଅନୁଗୁଳରେ ବିଶ୍ବସ୍ତରୀୟ ମ୍ୟୁଜିୟମ ‘ବ୍ଲାକ୍‌ ବାଇମଣ୍ଡ ନିର୍ମାଣ ଶେଷ ହୋଇଥିଲାବେଳେ ଏହା ନୂଆବର୍ଷରେ ଉଦ୍‌ଘାଟିତ ହେବାର ସମ୍ଭାବନା ରହିଛି। ଏହା ସହ ଅନୁଗୁଳ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବ। ଅନୁଗୁଳ ଦେଇ ଯାଇଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଜୋରସାର୍‌ରେ ଚାଲିଥିଲାବେଳେ ଏହାକୁ ୨୦୨୩ରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ରାସ୍ତା ଯନ୍ତ୍ରଣାରେ ଛଟପଟ ହେଉଥିବା ଅନୁଗୁଳବାସୀ ଏଥିରୁ ମୁକ୍ତି ପାଇବାର ସମ୍ଭାବନା ରହିଛି।

ଏହାସହିତ ଅନୁଗୁଳର ନୂଆ ବସ୍ ଟର୍ମିନାଲ୍ ଉଦ୍‌ଘାଟିତ ହୋଇଥିଲାବେଳେ ନୂଆବର୍ଷରୁ ଏଠାରୁ ସ୍ବାଭାବିକ ଭାବେ ବସ୍‌ ଚଳାଚଳ କରିବ। ଏପ‌ଟେ ତାଳଚେରରେ ମେଡିକାଲ କଲେଜ ନିର୍ମାଣ ହୋଇ ଉଦ୍‌ଘାଟିତ ହୋଇସାରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନି। ଏହି ମେଡିକାଲ କଲେଜକୁ ଜିଲ୍ଲାବାସୀ ଅପେକ୍ଷା କରି ରହିଥିଲା ଦିନ ଘୁଞ୍ଚି ଘୁଞ୍ଚି ଯାଉଛି। ଏବେ କିନ୍ତୁ ଏହି ମେଡିକାଲ କଲେଜ ରାଜ୍ୟ ସରକାର ପରିଚାଳନା କରିବାକୁ ନିଷ୍ପତ୍ତି ନେବା ପରେ ଏହା କାର୍ଯ୍ୟକ୍ଷମ ହେବାର ଆଶା ବଢ଼ିଛି। ୨୩ରେ ହିଁ ଏହି ମେଡିକାଲ କଲେଜ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ କହୁଥିଲାବେଳେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ତେଣୁ ତାଳଚେର ମେଡିକାଲ କଲେଜରୁ ଏହି ନୂଆ ବର୍ଷରେ ଚିକିତ୍ସା ସେବା ମିଳିବାର ଆଶା ରହିଛି। ଏହା ସହିତ ଜିଲ୍ଲା ପ୍ରଶାସନ ବହୁ ପ୍ରକଳ୍ପ ହାତକୁ ନେଇଥିବାରୁ ଜିଲ୍ଲାକୁ ଅନେକ ଭେଟି ମିଳିବ ବୋଲି ଲୋକେ ଆଶା ରଖିଛନ୍ତି।

ରାଜନୀତି ଦୃଷ୍ଟିରୁ ୨୦୨୩ ଅନୁଗୁଳ ଜିଲ୍ଲା ପାଇଁ ବେଶ ଗୁରୁତ୍ବ ରଖିବ। ଆଗୁଆ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ଉପ‌ରେ ଉଭୟ ବିଜେଡି ଓ ବିଜେପି ଫୋକସ୍‌ ରହିଛି। ତେଣୁ ରାଜନୈତିକ ପାଣିପାଗ ବର୍ଷ ଆରମ୍ଭରୁ ଗରମ ରହିବ ଏକପ୍ରକାର ନିଶ୍ଚିତ। ୨୩ ଶେଷ ଭାଗରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜିଲ୍ଲାକୁ ନୂଆ ନେତା ମିଳିପାରେ। ଏପଟେ ଜିଲ୍ଲାର ଏସ୍‌ପି ଓ ଡିଆଇଜିଙ୍କ ବଦଳି ହୋଇଥିବାରୁ ନୂଆ ବର୍ଷରେ ପୁଲିସ ବିଭାଗ ନୂଆ ମୁଣ୍ଡିଆଳ ପାଇବ।

ଏମିତି ମେଞ୍ଚା ମେଞ୍ଚା ସ୍ବପ୍ନ ଆଉ ସମ୍ଭାବନା ଭିତରେ ୨୦୨୩ ଆସିଥିଲାବେଳେ ଏହାକୁ ସ୍ବାଗତ କରିବା ପାଇଁ ଲୋକମାନେ ନିଜ ନିଜ ଢଙ୍ଗରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ହସଖୁସି ଭିତରେ ନୂଆବଷର୍କୁ ପାଳନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ନୂତନ ବର୍ଷ ଶାନ୍ତି ଓ ସମୃଦ୍ଧି ଆଣିବା ସହ ସମସ୍ତଙ୍କ ଆଶା ପୂରଣ କରୁ ବୋଲି ‘ସମ୍ବାଦ ପରିବାର କାମନା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।