ନୂଆଦିଲ୍ଲୀ: ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ କୌଣସି କରୋନାଭାଇରସ୍ ଟିକା ଉପଲବ୍ଧ ହେବ ନାହିଁ। କରୋନା ଟିକା ଆସିଲେ ମଧ୍ୟ ଏହାକୁ ବଜାରରେ ସହଜରେ ଉପଲବ୍ଧ ହେବା ପାଇଁ ଆହୁରି ବର୍ଷେ ସମୟ ଲାଗିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଏକ ସାକ୍ଷାତକାରରେ ରଣଦୀପ ଗୁଲେରିଆ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ସହଜରେ ଟିକା ଉପଲବ୍ଧ ହେବା ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିବ। ଆମ ଦେଶରେ ଜନସଂଖ୍ୟା ବହୁତ ଅଧିକ। ଫ୍ଲୁ ଟିକା ପରି ବଜାରରୁ ଟିକା କିପରି କିଣାଯାଇପାରିବ ଏବଂ ଏହାକୁ ଗ୍ରହଣ କରାଯାଇପାରିବ ତାହା ଦେଖିବା ପାଇଁ ଆମକୁ ସମୟ ଦରକାର ବୋଲି କହିଛନ୍ତି ରଣଦୀପ ଗୁଲେରିଆ ।
