ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୦୨୧ ୟୁଜିସି ନେଟ୍‌ ପରୀକ୍ଷା: ପରୀକ୍ଷା ତାରିଖ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଆଜି ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍‌ସି ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା କରିବ।

ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତିି, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ।

ଜାତୀୟ ଟେଷ୍ଟିଂ ଏଜେନ୍‌ସିର ସର୍କୁଲାର ଅନୁଯାୟୀ ୟୁଜିସି ନେଟ୍‌ ୨୦୨୧ ସଂପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍‌ରେ ହେବ ଏବଂ ଏହି ପ୍ରକ୍ରିୟା ଫେବୃଆରି ୨, ୨୦୨୧ରେ ଆରମ୍ଭ ହେବ। ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରି ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଆବେଦନ ଶୁଳ୍କ ମାର୍ଚ୍ଚ ୩, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ତିନି ଘଣ୍ଟା ହେବ। ପେପର ୧ର ପରୀକ୍ଷା ୧୦୦ ମାର୍କ ବହନ କରୁଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କ ବହନ କରିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି