ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୦ ଦିଲ୍ଲୀ ଦଙ୍ଗା ମାମଲା: ୯ ଜଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀ ଅଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ଦିଲ୍ଲୀର ଏକ କୋର୍ଟ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ୭ ବର୍ଷର ସଶ୍ରମ କରାଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ଦଙ୍ଗା ନାଗରିକଙ୍କ ଭିତରେ ଭାଇଚାରା ଭାବ ନଷ୍ଟ କରିଥାଏ। ଦଙ୍ଗା ଭିଆଣ ଦ୍ବାରା ଉକ୍ତ ଲୋକମାନେ ସାମାଜିକ ସଦ୍‌ଭାବ, ଅର୍ଥନୀତି ଓ ଦେଶର ସ୍ଥିରତା ପ୍ରତି ବିପଦ ପହଞ୍ଚାଇଛନ୍ତି ଏବଂ ଲୋକଙ୍କ ଭିତରେ ଅସୁରକ୍ଷାର ଭାବ ସୃଷ୍ଟି କରିଛନ୍ତି। ଅତିରିକ୍ତ ଦୌରା ଜଜ୍ ପୁଲସ୍ତ୍ୟ ପ୍ରମାଚାଲା ମଙ୍ଗଳବାର ମହମ୍ମଦ ଶାହନୱାଜ, ମହମ୍ମଦ ଶୋଏବ, ଶାହରୁଖ, ରଶିଦ, ଆଜାଦ, ଅଶରଫ ଅଲି ପରଭେଜ, ମହମ୍ମଦ ଫୈଜଲ ଓ ରଶିଦଙ୍କୁ ଦଙ୍ଗା ପାଇଁ ଦଣ୍ଡାଦେଶ ଦେଇଥିଲେ।

ମାର୍ଚ୍ଚ ୧୩ ତାରିଖରେ କୋର୍ଟ ୯ ଅଭିଯୁକ୍ତଙ୍କୁ ଆଇପିସିର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ପ୍ରତ୍ୟେକଙ୍କୁ ୭ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୨୦,୦୦୦ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଏହି ଜରିମାନା ଅର୍ଥରୁ ଦେଢ଼ ଲକ୍ଷ ଟଙ୍କା ଦଙ୍ଗାପୀଡ଼ିତମାନଙ୍କୁ କ୍ଷତିପୂରଣ ଆକାରରେ ଦିଆଯିବ ବୋଲି ଏଏସ୍‌ଜି କହିଥିଲେ। ଯେଉଁମାନେ ଜରିମାନା ଦେବେ ନାହିଁ, ସେମାନେ ଅତିରିକ୍ତ ଦେଢ଼ ବର୍ଷର ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ