ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ଲଖିମପୁର ଖେରୀ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇବାକୁ ୫ ବର୍ଷ ସମୟ ଲାଗିଯାଇପାରେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଲଖିମପୁର ଖେରୀଠାରେ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ସର୍ବୋଚ୍ଚ ଅଦାଲତରେ ଦାଖଲ କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଏହି ମାମଲାରେ ୨୦୮ ସାକ୍ଷୀ, ୧୭୧ ଦଲିଲ ଓ ୨୭ଟି ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି ରିପୋର୍ଟ ରହିଛି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଭି ରାମସୁବ୍ରମଣ୍ୟମ୍ଙ୍କ ବେଞ୍ଚ କହିଛନ୍ତି। ବେଞ୍ଚ ଆନ୍ଦୋଳନରତ କୃଷକ ଓ ଜଣେ ସାମ୍ବାଦିକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଆଶିଷ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରୁଥିଲେ। କୋର୍ଟ ଆଶିଷଙ୍କ ଜାମିନ ଶୁଣାଣିକୁ ଜାନୁଆରି ୧୯ ଯାଏ ମୁଲତବି ରଖିଛନ୍ତି। ସେ ପର୍ଯ୍ୟନ୍ତ ସେ ଜେଲରେ ରହିବେ।
ଆଶିଷଙ୍କ ପାର୍ଇ କେସ୍ ଲଢ଼ୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗି କହିଛନ୍ତି ଯେ ଟାୟଲ କୋର୍ଟ ସର୍ବୋଚ୍ଚ ଅଦାଲତକୁ ଏକ ରିପୋର୍ଟ ପଠାଇଛନ୍ତି। ଏହି ରିପୋର୍ଟ ପାଇବା ପରେ କୋର୍ଟ ଶୁଣାଣି ସରିବାକୁ ପାଞ୍ଚବର୍ଷ ଲାଗିଯିବ ବୋଲି କହିଥିବା ବେଳେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ବସ୍ତୁଗତ ପ୍ରମାଣଗୁଡ଼ିକୁ ପ୍ରଥମେ ପରୀକ୍ଷା କରାଯିବା ଉଚିତ ବୋଲି କହିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l