ଦେଶ ବିଦେଶ ମନୋରଞ୍ଜନ

୧ ହଜାର ଏପିସୋଡ୍,୨୧ ବର୍ଷ… KBC ର ପୁରୁଣା ଦିନକୁ ମନେ ପକାଇ କାନ୍ଦି ପକାଇଲେ ବିଗ୍ ବି, କହିଲେ- ‘ପୁରା ଦୁନିଆ ବଦଳି ଯାଇଛି

ମୁମ୍ବାଇ ୨୯/୧୧: ‘କୌନ ବନେଗା କରୋଡପତି ୧୩’ ପ୍ରତ୍ୟେକ ସିଜିନ୍ ଭଳି ଏଥର ବି ହିଟ୍ ହୋଇଛି। ଗୋଟିଏ ସିଜିନକୁ ଛାଡି ବାକି ସବୁ ଅମିତାଭ ହୋଷ୍ଟ କରିଛନ୍ତି। ଏହି ଶୋ’ ୨୧ ବର୍ଷରୁ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ‘କେବିସି’ର ଏକ ହଜାର ଏପିସୋଡ୍ ପୁରଣ ହୋଇଯାଇଛି। ଏହି ଅବସରରେ ବିଗ୍ ବିଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୋ’ରେ ପହଞ୍ଚିଛନ୍ତି। ଉଭୟ ହଟ ସିଟରେ ବସି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଶୋ’ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶ୍ୱେତା ବିଗ୍ ବିଙ୍କୁ କହିଛନ୍ତି, ‘ପାପା, ମୁଁ ପଚାରିବାକୁ ଚାହେଁ ଯେ ଏହା ହେଉଛି ଶୋ’ର ୧୦୦୦ ତମ ଏପିସୋଡ୍ ତେଣୁ ଆପଣ କିପରି ଅନୁଭବ କରୁଛନ୍ତି?’ ୨୧ ବର୍ଷର ଦୀର୍ଘ ଯାତ୍ରା ଏବଂ ୧୦୦୦ ଏପିସୋଡ ସମାପ୍ତ ହେବାପରେ ବିଗ୍ ବି ଇମୋସନାଲ୍ ହୋଇଯାଇଛନ୍ତି।

ସୋନି ଟିଭିର ଅଫିସିଆଲ୍ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏହା ସହିତ କ୍ୟାପସନରେ ଲେଖାଯାଇଛି- ‘ମୁହଁରେ ହସ, ଆଖିରେ ଆନନ୍ଦର ଲୁହ, ଅନେକ ଜ୍ଞାନ ଏବଂ ଆପଣ ସମସ୍ତଙ୍କର ଭଲପାଇବା ସହିତ କେବିସି ଏହାର ୧୦୦୦ ଏପିସୋଡ୍ ସମାପ୍ତ କରୁଛି, ଏହି ସୁନ୍ଦର ମୁହୂର୍ତ୍ତରେ ଅମିତାଭ ବଚ୍ଚନ ସାର୍ ଇମୋସନାଲ୍ ହୋଇପଡିଛନ୍ତି। ଏହି ସମଗ୍ର ଯାତ୍ରାର ଝଲକ ଦେଖନ୍ତୁ, ଏହି ପୂର୍ଣ୍ଣ ଏପିସୋଡ୍ ଦେଖିବାକୁ ଭୁଲନ୍ତୁ ନାହିଁ ।’

କୌନ ବାନେଗା କରୋଡପତିର ପ୍ରଥମ ଏପିସୋଡ୍ ଜୁଲାଇ ୩, ୨୦୦୦ ରେ ପ୍ରସାରିତ ହୋଇଥିଲା । ଭିଡିଓରେ ଶୋ’ର ଅନେକ ବିଶେଷ ମୁହୂର୍ତ୍ତ ଦେଖାଯାଇଛି। ଭିଡିଓ ଶେଷରେ ଅମିତାଭ ବଚ୍ଚନ କହିଛନ୍ତି ଯେ ‘ଚାଲ ଖେଳକୁ ଆଗକୁ ବଢାଇବା … କାରଣ ଖେଳ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ