ଦେଶ ବିଦେଶ ସ୍ୱାସ୍ଥ୍ୟ

୧ କୋଟି ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ପରେ ୨୭କୋଟି ବରିଷ୍ଠ ନାଗରିକଙ୍କୁ ମିଳିିବ କରୋନା ଟିକା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମଣର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ସଚିବ ଏକ ବଡ଼ ଘୋଷଣା କରିଥିଲେ। କରୋନା ଟିକା ଆସିବା ପରେ ପ୍ରଥମେ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ ଟିକା ଦିଆଯିବ। ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀ ଯଥା ପୁଲିସ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ସହ ପରେ ୨୭କୋଟି ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଘୋଷଣା କରିଛନ୍ତି।

ଉଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ, ହାଇଦ୍ରାବାଦ ଏବଂ ପୁଣେର ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଗସ୍ତକରି ସେଠାରେ କରୋନାଭାଇରସ୍‌ ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରି ଫେରିବା ପରେ ଆଜି ଏହି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଯେଉଁଠାରେ ଦେଶରେ କୋଭିଡ୍‌-୧୯ ଟିକାର ବଣ୍ଟନ ନେଇ ସବିଶେଷ ଆଲୋଚନା କରା ଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ କିଛି ସପ୍ତାହ ମଧ୍ୟ କରୋନା ଟିକା ଉପଲବ୍ଧ ହେବା ବିଷୟରେ ଜଣାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ