ରାଜ୍ୟ ସ୍ପେଶାଲ ରିପୋର୍ଟ

୧୯ ବର୍ଷ ପରେ ଏଥର ଯୋଡ଼ା ଶ୍ରାବଣ : ଜୁଲାଇ ୪ରୁ ଆରମ୍ଭ, ଅଗଷ୍ଟ ୩୧ରେ ଶେଷ

ଭୁବନେଶ୍ବର : ଚଳିତ ବର୍ଷ ପଡ଼ିଛି ଯୋଡ଼ା ଶ୍ରାବଣ। ଗୋଟିଏ ମଳ ଓ ଗୋଟିଏ ଶୁଦ୍ଧ ଶ୍ରାବଣ। ଆସନ୍ତା ସୋମବାର ମାସନ୍ତ ହୋଇଥିବା ବେଳେ ମଙ୍ଗଳବାରଠାରୁ ଶ୍ରାବଣ ମାସ ପଶୁଛି। କାଉଡ଼ିଆମାନେ ଶିବଲିଙ୍ଗରେ ଜଳଲାଗି କରିବା ପାଇଁ ଏହା ପରଠୁ ଆସିବେ। ଏହି ବର୍ଷ ଶ୍ରାବଣ ମାସଟି ଶୁଭ ହେବ। ଚଳିତ ବର୍ଷ ଏହି ମାସ ଜୁଲାଇ ୪ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ। ଏହି ଯୋଡ଼ା ମାସର ପ୍ରଥମ କୃଷ୍ଣପକ୍ଷ ଓ ଶେଷ ଶୁକ୍ଳପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ ଓ ମଝିରେ ପ୍ରଥମ ଶୁକ୍ଳପକ୍ଷ ଓ ଦ୍ବିତୀୟ କୃଷ୍ଣପକ୍ଷ ହେଉଛି ମଳ ଶ୍ରବଣ ମାସ। ଓଡ଼ିଶାରେ ପ୍ରଚଳିତ ପୂର୍ଣ୍ଣିମାନ୍ତ ମାସ ଗଣନାରେ ମଳ ମାସଟି ଶୁଦ୍ଧ ମାସର ଦୁଇ ପକ୍ଷ ମଝିରେ ରହେ।

ଶିବ ପୁରାଣ ଅନୁସାରେ, ଶ୍ରାବଣ ମାସଟିକୁ ବିଶେଷ ଶୁଭ ମନେ କରାଯାଏ। କାରଣ ଏହି ମାସରେ ଭକ୍ତମାନେ କାଉଡ଼ି ରୂପ ଧରି ମହାଦେବଙ୍କ ମଥାରେ ପାଣି ଅର୍ପଣ କରିବା ପାଇଁ ଯାଆନ୍ତି। ଏହି ବର୍ଷର ଶ୍ରାବଣ ମାସ ୫୯ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ୮ଟି ସୋମବାର ରହିଛି। ଏହି ସଂଯୋଗ ପ୍ରାୟ ୧୯ ବର୍ଷ ପରେ ପୁଣି ଆସିଛି।

ଏ ସଂପର୍କରେ ଲିଙ୍ଗରାଜ ମନ୍ଦିରର ବଡ଼ୁ ‌ସେବକ ଅନିକେତ ବଟୁ କହିଛନ୍ତି, ଏହି ସୋମବାର ପୂର୍ଣ୍ଣମୀ ମାସାନ୍ତ ହୋଇଥିବା ବେଳେ ମଙ୍ଗଳବାର ଶ୍ରାବଣ ମାସ ପ୍ରବେଶ କରିବ। ସେହି ଦିନଠାରୁ ପ୍ରଭୁଙ୍କ ପାଖରେ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବେଲପତ୍ର ଲାଗି ହେବ। ପ୍ରଥମ ଦୁଇ ସୋମବାର ଏହାକୁ ପାଳନ କରାଯିବ। ମଝିରେ ମଳ ମାସ ପାଇଁ ୧୫ ଦିନ ଅନ୍ତରରେ ପୁଣି ଶେଷ ପନ୍ଦର ଦିନ ପାଳନ କରାଯିବ। କାଉଡ଼ିଆମାନେ ଏହି ସମୟରେ ଜଳ ଲାଗି କରିବା ଉଚିତ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।