ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ଦାଦନ ଶ୍ରମିକ ଉଦ୍ଧାର, ଅନ୍ୟ ରାଜ୍ୟକୁ ହେଉଥିଲେ ଚାଲାଣ

ପାଟଣାଗଡ଼ ୨୧।୧୧ : ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର । ଚାଲାଣ ବେଳେ ଧରିଲା ଖପ୍ରାଖୋଲ ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ୫ ଜଣ ମହିଳା ଗୋଟିଏ ନାବାଳିକା ଝିଅ ଏବଂ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି। ମୁଖ୍ୟ ସର୍ଦ୍ଦାର ପଞ୍ଚା ସୁନା ଗିରଫ। ଅନ୍ୟ ଜଣେ ସର୍ଦ୍ଦାରକୁ ଅଟକ ରଖାଯାଇଛି। ଉଦ୍ଧାର ଶ୍ରମିକ ମାନେ ଗାଇସିଲେଟ ଥାନା ଅନ୍ତର୍ଗତ ଯୁଗୀମଠ ଗାଁର ବୋଲି ଜଣାଯାଇଛି l ସୋମାନଙ୍କୁ ବୋଲେରୋରେ ଆନ୍ଧ୍ରପ୍ରଦେଶର ବିଜୟନଗରମଙ୍କୁ ଚାଲାଣ କରାଯାଉଥିଲା।

ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନାର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବୋଲେରୋରେ କିଛି ଲୋକ ଭର୍ତ୍ତି ହୋଇ ଦୃତ ଗତିରେ ଯାଉଥିବା ଦେଖି ପୋଲିସ ଗାଡିକୁ ଅଟକାଇଥିଲା। ପଚରାଉଚୁରା କରିବାରୁ ଦାଦନ ଶ୍ରମିକ ମାନେ ଗାଇସିଲେଟ ଥାନା ଯୁଗୀମଠ ଗ୍ରାମର ବୋଲି ଜଣାଯାଇଛି l ୫ ଜଣ ପୁରୁଷ ୫ ଜଣ ମହିଳା ଗୋଟିଏ ନାବାଳିକା ଝିଅ ଏବଂ ୫ ଜଣ ଶିଶୁ ସେମାନଙ୍କୁ ଦାଦନ ସର୍ଦ୍ଦାର ବେଆଇନ ଭାବେ ବିଜୟନଗରମ ଚାଲାଣ କରୁଥିବା ଜଣାପଡିଛି l ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୫/୨୨ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।