ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୫ ଦିନରେ ୧୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଅଲ-ବଦର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ହାଉରା ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ଜମ୍ମୁ-କାଶ୍ମୀର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆତଙ୍କବାଦୀ ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ପୁଲିସ ଆହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଜାରି ରଖିଥିଲେ। ଫଳରେ ପୁଲିସ ଗୁଳିରେ ଜଣେ ଅଲ-ବଦର ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କବାଦୀ ଜଣକ ଆକବରାବାଦ ହାଉରା ବାସିନ୍ଦା ଆଦିଲ ମାଜିଦ ଲୋନ ବୋଲି ମୃତ୍ୟୁ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଛାଡ଼ି ନିଜର ପରିଚୟ ଦେଇଛି। ଉକ୍ତ ଅଞ୍ଚଳରୁ ପିସ୍ତଲ, ଗୁଳି ଓ ଗ୍ରେନେଡ୍ ଆଦି ଜବତ କରାଯାଇଛି।

ଲୋନ ଛଡ଼ା ଗତ ୧୫ ଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆଉ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କଠାରୁ ୫୫ କେଜି ନିଶାଔଷଧ ଓ ୧୨ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ