ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କପ୍ତିପଦା/ଶାଳଚୁଆ: କପ୍ତିପଦା ବ୍ଲକ୍ ଶରତ ଥାନା ନଟୋ ହୁଡିସାହିରେ ଥିବା ଏକ ବିରାଟ ଗଛକୁ ଚଢିଯାଇଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ କପ୍ତିପଦା ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଗତକାଲି ରାତିରେ ନଟୋ ହୁଡିସାହିର ସଙ୍ଗା ବାନରାଙ୍କ ପତ୍ନୀ ସମ୍ବାରୀ ବାନରା (୪୦) ତାଙ୍କ ଘର ନିକଟରେ ଥିବା ୧୫୦ ଫୁଟ୍ର ଏକ ବିରାଟକାୟ ଗଛକୁ ଚଢିଯାଇଥିଲେ। ଘର ଲୋକ ବହୁ ସମୟ ଖୋଜାଖୋଜି ପରେ ସମ୍ବାରୀଙ୍କୁ ଗଛ ଉପରେ ବସିଥିବା ଦେଖିବାକୁ ପାଇଥିଲେ। ତେବେ ଗ୍ରାମବାସୀ ଓ ଘର ଲୋକ ବହୁ ଚେଷ୍ଟା କରିବା ସତ୍ତ୍ବେ ତାଙ୍କୁ ଗଛରୁ ଓହ୍ଲାଯାଇପାରିନଥିଲା।
ଖବର ପାଇ କପ୍ତିପଦା ଅଗ୍ନିଶମ ବିଭାଗ ଅଧିକାରୀ ନରେନ୍ଦ୍ର କୁମାର ରାଉତଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ୩ ଜଣ ଅଗ୍ନିଶମ କର୍ମଚାରୀ ଅତି ସନ୍ତର୍ପଣରେ ଗଛ ଉପରକୁ ଉଠି ସମ୍ବାରୀଙ୍କୁ କାବୁ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ପାଖାପାଖି ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l