ଅପରାଧ ରାଜ୍ୟ

୧୫ଦିନର ନବଜାତ ଶିଶୁକୁ ବିକ୍ରି କରି ମାଆ କିଣିଲା ଟିଭି, ଫ୍ରିଜ୍‌, କୁଲର୍‌; ୬ ଗିରଫ

ଇନ୍ଦୋର ୦୮/୦୬ : ଟଙ୍କା ଲୋଭ ଆଗରେ ଫିକା ପଡ଼ିଗଲା ମାର ମମତା। ମାର ସ୍ନେହ ଓ ଭଲ ପାଇବା ଉପରେ ଲାଗିଲା କଳଙ୍କ। ଏପରି ଏକ ଚାଞ୍ଚଲ୍ୟକର ଖବର ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମା ତାର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛି। ମା ନବଜାତ ଶିଶୁକୁ ବିକ୍ରି କରି ମିଳିଥିବା ଟଙ୍କାରୁ ଟିଭ, ଫ୍ରିଜ୍, ୱାସିଙ୍ଗମେସିନ୍, ଭଳି ଜିନିଷ କିଣିଛି। ଅଭିଯୁକ୍ତ ମା ତାଙ୍କ ସ୍ୱାମୀଙ୍କ ଅନୁମତିରେ ଏପରି କାମ କରିଛି। ଏହି ଘଟଣାରେ ପୋଲିସ ମୋଟ ୮ ଜଣଙ୍କ ନାଁରେ ଅଭିଯୋଗ ଦାଖଲ କରିଛି। ସେମାନଙ୍କ ମଧ୍ୟରୁ ପୋଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଇନ୍ଦୋରର ହିରାନଗରର ରହୁଥିବା ସାୟନା ବି ନାମକ ମହିଳା ପୋଲିସକୁ କହିଛନ୍ତିଯେ ତାଙ୍କ ସ୍ୱାମୀଙ୍କର ସେହି ପିଲାକୁ ନେଇ ସନ୍ଦେହ ଥିଲା। ସେହି ପିଲାକୁ ନଷ୍ଟ କରିବାପାଇଁ ତାଙ୍କ ସ୍ୱାମୀ ଚାହୁଁଥିଲେ କିନ୍ତୁ ଅଧିକ ସମୟ ହେବାରୁ ଆମେ ଦଲାଲମାନଙ୍କ ମାଧ୍ୟମରେ ପିଲାଟିକୁ ବିକ୍ରି କରିବା ପାଇଁ ଯୋଜନା କଲୁ ଓ ଦେବାସରେ ଥିବା ଜଣେ ଦମ୍ପତ୍ତିଙ୍କୁ ବିକ୍ରି କରିଦେଲୁ। ସେହି ନବଜାତ ଶିଶୁକୁ ଲିନା ନାମକ ଜଣେ ମହିଳା କିଣିଥିଲେ ବୋଲି ପୋଲିସ କହିଛି। ଲିନା ପୋଲିସକୁ କହଛନ୍ତିଯେ ତାଙ୍କର ଦୁଇଟି ପିଲାର ମୃତ୍ୟୁ ହୋଇଥିଲା। ପରେ ସେ ଏହି ପିଲାଟିକୁ ସାଢ଼େ ପଞ୍ଚଲକ୍ଷ ଟଙ୍କା ଦେଇ କିଣିଥିଲେ।

ପୋଲିସ କହିଛି ଶିଶୁକୁ ବିକ୍ରି କରିବା ପରେ ମିଳିଥିବା ଟଙ୍କାରେ ଅଭିଯୁକ୍ତ ମହିଳା ଜଣଙ୍କ ଟିଭି, ଫ୍ରିଜ୍, ୱାସିଙ୍ଗ ମେସିନ୍, କୁଲର କିଣିଥିଲେ ଯାହାକୁ ଜବତ କରାଯାଇଛି। ଏହି ମାମଲାର ସୂଚନା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଠାରୁ ମିଳିଥିଲା ବୋଲି ପୋଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତ ମା ସାୟନା ବିଙ୍କ ସହିତ ୮ ଜଣଙ୍କ ନାଁରେ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ଯରେ ୬ ଜଣଙ୍କୁ ଗିରଫ କରାଯାଇଛି ଓ ଦୁଇ ଜଣ ଫେରାର ହୋଇଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି। ବହୁତ ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।