ଦେଶ ବିଦେଶ ମନୋରଞ୍ଜନ

୧୪ ବର୍ଷରେ ଯୌନ ଶୋଷଣର ଶିକାର ହୋଇଥିଲେ ଇରା ଖାନ୍

ଅଭିନେତା ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସରେ ସେ ନିଜର ‌ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ଅବସାଦଗ୍ରସ୍ତ ଅଛି ବୋଲି ଲେଖି ସେ ଚର୍ଚ୍ଚିତ ହୋଇଥିଲେ। ଇରା କହିଥିଲେ ସେ କାହିଁକି ବିସାଦଗ୍ରସ୍ତ ହୋଇଛନ୍ତି ତାହା ସେ ଜାଣିପାରୁନାହାନ୍ତି। ତାଙ୍କ ପିତାମାତାଙ୍କ ଛାଡ଼ପତ୍ର ବି ତାଙ୍କ ଅବସାଦର କାରଣ ନୁହେଁ ବୋଲି ସେ କହିଥିଲେ।

ସେ ଏକଥା କହିଛନ୍ତି, ମୁଁ କାହିଁକି ବିସାଦଗ୍ରସ୍ତ ତାହା ମୁଁ ଆପଣମାନଙ୍କୁ କହିପାରିବି ନାହିଁ। କାରଣ ମୁଁ ବି ନିଜେ ଏହାର କାରଣ ଜାଣିନାହିଁ। ଟଙ୍କା ପଇସାକୁ ନେଇ ମୁଁ କେବେ ବି କୌଣସି ସମସ୍ୟା ସାମ୍ନା କରିନାହିଁ। ମୋ ବାପା ମା ବନ୍ଧୁ ଭଳି। ସେ ମୋର ସବୁ ଅଭାବ ପୂର୍ଣ୍ଣ କରିଛନ୍ତି। ସେ ଏକଥା ବି କହିଛନ୍ତି ମୋ ବାପା ମା’ଙ୍କର ଛାଡ଼ପତ୍ର ହୋଇଥିଲେ ହେଁ ସେ ଦୁହେଁ ଭଲ ବନ୍ଧୁ। ତେବେ ୧୪ ବର୍ଷର ଥିବା ବେଳେ ସେ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ